ମୌଳିକ ସାକ୍ଷରତା ଓ ସାକ୍ଷରତା ଆକଳନ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ କନକା କ୍ଲଷ୍ଟର ନିୟନ୍ତ୍ରଣରେ ଥିବା ସାତଟି ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସାକ୍ଷରତା ଆକଳନ ପରୀକ୍ଷା (ଏଫାଏଲ୍ଏନ୍ଏଟି) ଅନୁଷ୍ଠିତ ହୋଇଯାଇଛି। ଧୋବା ସାହି ସ୍କୁଲରେ ୧୦ ଜଣ, ସିତାରାମ ପୂରସ୍କୁଲରେ ୧୧ଜଣ, କନକା ପ୍ରାଥମିକ ସ୍କୁଲରେ ୧୧ଜଣ, ଗଡ ସାହି ସ୍କୁଲ ରେ ୭, ପୂର୍ବତନ ଜିଲ୍ଲା ବୋର୍ଡ ସ୍କୁଲରେ ୪୧ ମୁକୁନ୍ଦପୁର ସ୍କୁଲରେ ୧୫, କେଶପୁର ସ୍କୁଲରେ ୩୦ ଏହି ଭଳି ପୁରୁଷ ୦୯ଓ ମହିଳା ୧୧୬ ମୋଟ ୧୨୫ ଜଣ ପରୀକ୍ଷା ଦେଇଥିଲେ।

Omkar Vasthu
Omkar Vasthu

ଏଥିରେ ୧୮ ବର୍ଷ ରୁ ୪୦ ବର୍ଷର ଲୋକଙ୍କୁ ଶିକ୍ଷାର୍ଥୀ ଭାବେ ଚୟନ କରାଯାଇଥିଲା। ଯେଉଁମାନେ ଡ଼ିଜିଟାଲ ଅନଭିଜ୍ଞ ଥିବେ ସେମାନଙ୍କୁ ସ୍ଥାନୀୟ ଅଂଚଳର ଜଣେ ସ୍ବେଚ୍ଛାସେବୀ ଶିକ୍ଷକ/ଶିକ୍ଷୟିତ୍ରୀ ଡିଜିଟାଲ ସଚେତନ ବିଷୟରେ ପଠପଢ଼େଇବେ। ତାଙ୍କ ପାଇଁ ସ୍ବତନ୍ତ୍ର ବହି ମଧ୍ୟ ଯୋଗେଇ ଦିଆଯାଇଛି। ଅଭିଭାବକ ତଥା ଗୋଷ୍ଟୀକୁ ଶିକ୍ଷିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଗିରିଧର ମହୋଦୟଙ୍କ ନିର୍ଦେଶ କ୍ରମେ କ୍ଲଷ୍ଟର ସିଆରସିସି ହେମନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଛୁଟି ଦିନ ହେଲେ ମଧ୍ୟ ସମସ୍ତ ବିଦ୍ୟାଳୟରେ ପରୀକ୍ଷା କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ କ୍ଲଷ୍ଟର୍ରର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.