ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ୱଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ରବିବାର ଦିନ ସୋନପୁର ବସଷ୍ଟାଣ୍ଡ ନିକଟସ୍ଥ ଶ୍ରୀ ପଞ୍ଚରଥ ଶୈବ ପୀଠରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଣ୍ୟ ମାସ କାର୍ତ୍ତିକରେ ଶୈବ ପୀଠ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଭିଡ଼କୁ ଲକ୍ଷ୍ୟ ରଖି ସୋନପୁର ମନମୁଣ୍ଡା ଉଭୟ ସହରର ସମସ୍ତ ଶିବ ମନ୍ଦିର ଗୁଡିକରେ ସଫେଇ ସହ ସଚେତନତା ଅଭିଯାନ କରାଯିବ ବୋଲି ସଙ୍ଗଠନର ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଓ କୋଡିନେଟର ମନୋରଂଜନ ତ୍ରୀପାଠୀ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସମସ୍ତ ସଦସ୍ୟ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ଥିଲେ।





