ମଦନପୁର ରାମପୁର ଅଞ୍ଚଳରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଅଭିଯାନର ନେତୃତ୍ୱ ନେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ୱରେ ମଦନପୁର ରାମପୁର ବ୍ଲକର ଜିଲ୍ଲା ପରିଷଦ ଜୋନ-୨ ରେ ବିଜୁ ଜନତା ଦଳର ଜନ ସଂପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ଜନ ସମ୍ପର୍କ ପଦଯାତ୍ରା ବେଳେ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସମ୍ବୋଧନ କରି ଉଦବୋଧନ ଦେଇଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଲୋକଙ୍କ ପାଇଁ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ଓ ଏହାର ସଫଳତା ବିଷୟରେ ବଖାଣିବା ସହ  ମୋହନ ସରକାର ବିଫଳ ହୋଇଛନ୍ତି, ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଛନ୍ତି ବୋଲି କହି ବିଜେପି ସରକାର ଉପରେ ବର୍ଷିଥିଲେ। ମୋହନ ସରକାର ଓଡ଼ିଶାର ସରଳ ମା’ ଭଉଣୀ ମାନଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ ନେଇଛନ୍ତି। ଏହି ସରକାରଙ୍କ ଶାସନ ଆରମ୍ଭ ହୋଇଛିକି ନାହିଁ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେଇଯାଇଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ରାଜ୍ୟ ସରପଞ୍ଚ ସଙ୍ଘ ସଭାପତି ରୋମାଞ୍ଚକ ସାହୁ, ସତ୍ୟ ସାହୁ, ନବୀନ ପଧାନ, ପ୍ରଦୀପ ସାହୁ, ଭବାନୀ ସାହୁ ପ୍ରମୁଖ ସାମିଲ ହୋଇଥିବାବେଳେ ଗୋବିନ୍ଦ ତାଣ୍ଡି, ଦେବେନ୍ଦ୍ର ସା. ହେମନ୍ତ ଭୋଇ, ଚଣ୍ଡୀଦାସ ସାହୁ , ଘାସିରାମ ସାହୁ, ଯତୀନ ନାୟକ, ସୁଦର୍ଶନ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.