ନିଲମ୍ବିତ ହେଲେ ରୁପ୍ରାରୋଡର ଷ୍ଟେସନ ମାଷ୍ଟର

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ରାତି ଡ୍ୟୁଟି ସମୟରେ ନିଜ ଦାଇତ୍ୱ ଅନ୍ୟ ଜଣେ ଅନଭିଜ୍ଞ କର୍ମଚାରୀଙ୍କୁ ଦେଇ ଟେବୁଲ ଉପରେ ଗୋଡହାତ ଲମ୍ବେଇ ଅଚିନ୍ତାରେ ଶୋଇ ପଡିଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ରୁପ୍ରାରୋଡ ରେଳ ଷ୍ଟେସନର ଏହି ବାବୁଙ୍କ ଦାୟିତ୍ବହୀନତା ତଥା ଖାମଖିଆଲି ମନୋଭାବ ଯୋଗୁଁ ଆଗକୁ କିଛି ଅଘଟଣ ଘଟିବା ଆଶଙ୍କା କରି ଉଦବେଗ ପ୍ରକାଶ କରିଥିଲେ ବସ୍ତିର ସଚେତନ ନାଗରିକ। ଷ୍ଟେସନ ମାଷ୍ଟରଙ୍କ ଏପରି ଖାମଖିଆଲି ଗୁଣ ଯୋଗୁଁ ହଜାର ହଜାର ରେଳଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ସେମାନେ ଅଭିଯୋଗ କରିଥିଲେ। ତେଣୁ ରାତିରେ ଆରାମରେ ଶୋଉଥିବା ଏହି ଷ୍ଟେସନ ମାଷ୍ଟରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ରୁପ୍ରାରୋଡ ଅଞ୍ଚଳବାସୀ। ଏହାକୁ ନେଇ ମଙ୍ଗଳବାର ଦିନ ଏକ ସଚେତନ ଗଣମାଧ୍ୟମ ଭାବେ ଓଡ଼ିଆ ବାର୍ତ୍ତାରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରେଳବିଭାଗ ତତ୍ପରତା ଦେଖାଇ ଦାୟିତ୍ବହୀନତା କାରଣରୁ ରୁପ୍ରାରୋଡର ଷ୍ଟେସନଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.