ଅଢ଼େଇବାର ଗାଁରେ ରାମାୟଣ ନାଟକର ଶୁଭ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅଢେଇବର ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗାଁର କଳା ସଂସ୍କୃତିକୁ ବଞ୍ଚେଇ ରଖିବା ଉଦେଶ୍ୟରେ ଯୁବକ ମାନଙ୍କ ନେତୃତ୍ୱରେ ଆରମ୍ଭ କରାଯାଇ ଥିଲା ରାମାୟଣ ନାଟକ | କିଛି ମାସର ରିହାଲସଲ ପରେ ଆଜି ତାର ଶୁଭଉଦଘାଟନ କରିଥିଲେ ବ୍ୟବସାୟୀ ତଥା ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ |ଏହି କାର୍ଯ୍ୟକ୍ରମରେ ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚକ ଗୌଡ଼, ଭାଟକୁମାରଦା ସମିତି ସଭ୍ୟ କୋରାନାଥ ସ୍ୱାଇଁ, ନୁଆଙ୍ଗା ସରପଞ୍ଚ, ଯାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଗାଙ୍ଗଦହଣି ସମିତିସଭ୍ୟ ଦିବାକର ସାହୁ, ଶିକୁଳୀ ସମିତିସଭ୍ୟ କୁମୁଦ ବେହେରା, ସମାଜସେବି ଜଗତପଣ୍ଡା, ତାପସ ବେହେରା,ଙ୍କ ସହିତ ଅଢେଇବର ଗ୍ରାମବାସୀ, ଯୁବ ଗୋଷ୍ଟି ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.