କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ଛୁଟି ନେବାପରେ ମଙ୍ଗଳବାର ଜୟପାଟଣା ବିଡ଼ିଓ ବିଶ୍ଵନାଥ ରାଉତ ଇନଚାର୍ଜ ବିଡ଼ିଓ ଭାବେ କୋକସରା ବ୍ଳକରେ ଯୋଗଦେଇଛନ୍ତି। ଶ୍ରୀରାଉତ କାର୍ଯ୍ୟରେ ଯୋଗଦେବା ପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ବ୍ଳକ କର୍ମଚାରୀ, ଏମବିକେ ମହିଳା ଓ ଗାଁ ସାଥି ପ୍ରମୁଖ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଡ଼ିଓ ଶ୍ରୀରାଉତ ସମସ୍ତ ଜନ ପ୍ରତିନିଧି, କର୍ମଚାରୀ ଓ ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.