ଓଏଏସ ଉତ୍ତୀର୍ଣ୍ଣ ଲଡ଼ୁଗାଁର ସୁନାଝିଅ ଦିପ୍ତିମୟୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁର ଦିପ୍ତିମୟୀ ପାଣିଗ୍ରାହୀ ଓଏଏସ୍ ପରୀକ୍ଷାରେ ୫୧୮ ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇ ନିଜ ଗାଁ ତଥା ବ୍ଳକର ଗୈାରବ ଅର୍ଜନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଲଡୁଗାଁ ଗ୍ରାମବାସୀ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବରିଷ୍ଠ ଶିକ୍ଷାବିତ ବନମାଳୀ ମାଝୀ, ଗୁଣନିଧି ବାଗ, ମୁକ୍ତେଶ୍ଵର ପଟ୍ଟନାୟକ, ରୁଦ୍ର ପ୍ରସାଦ ଦାସ, ପଙ୍କଜ ଚୌଧୁରୀ, ସନ୍ତୋଷ ଦାସ, ରବି ଦାସ, ସଞ୍ଜୟ ସିଙ୍ଗଲ, ମନୋଜ ଅଗ୍ରୱାଲ, ସୁରଞ୍ଜନ ଦାସ, ଦେବିଶ୍ୱର ପାଣିଗ୍ରାହୀ, କିଶୋର ଚନ୍ଦ୍ର ଦାସ, ଦୁର୍ଗା ଅଗ୍ରୱାଲ, ପୂର୍ବତନ ଲଡୁଗାଁ ସରପଞ୍ଚ କହ୍ନେଇ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.