ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ବନ୍ଧେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

୩ଟି ଏନଡିଆରଏଫ୍, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ଦଳ ନିୟୋଜିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ମଙ୍ଗଳବାର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ମଣ୍ଡଳୀୟ ବନ ଅଧିକାରୀ ଶ୍ରୀ ଖୁଶୱନ୍ତ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର କାର୍ଯ୍ୟ ଯୋଜନା ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକର ପରିଦର୍ଶନ ଉପରେ ଗୁରୁତ୍ଵାରୋପ କରିବା ସହିତ ସେଠାରେ ଉପସ୍ଥିତ ସରଞ୍ଜାମଗୁଡିକର କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସମସ୍ତ ବିଭାଗର ସମନ୍ୱୟ ରକ୍ଷା କରି ଏହି ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟମୃତ୍ୟୁକୁ ସୁନିଶ୍ଚିତ କରିବା ଦିଗରେ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୂଚନା ଅନୁଯାୟୀ ଆଗାମୀ ୨୩, ୨୪ ଓ ୨୫ ତାରିଖରେ ବାତ୍ୟା ଓ ବୃଷ୍ଟିପାତକୁ ନଜର ରଖି ଆବଶ୍ୟକ ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଏନଡିଆରଏଫ, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଛି। ଏହି ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦାୟ ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୭୨୮ଟି ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ସମସ୍ତ ସିଏଚସି ଓ ପିଏଚସିରେ ଡାକ୍ତରଙ୍କ ସମେତ ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଟି ଭେନମ, ଡାଇରିଆ, ଥଣ୍ଡା, ଜର ମେଡ଼ିସିନ ମହଜୁଦ ରହିଛି। ବୟସ୍କ ନାଗରିକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶେଷ କରି ଗର୍ଭବତୀମାନଙ୍କୁ ଚିକିତ୍ସାଳୟରେ ଉପଚାର ଏବଂ ନୂତନ ପ୍ରସୂତିମାନଙ୍କୁ ଆଶ୍ରୟ ସ୍ଥଳୀରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟଗତ ସୁରକ୍ଷା ମଧ୍ୟରେ ରଖାଯିବ। ପ୍ରଭାବିତ ଅଞ୍ଚଳ ଗୁଡିକରେ ସ୍କୁଲଗୁଡିକୁ ଜରୁରୀକାଳୀନ ଆଶ୍ରୟ ସ୍ଥଳୀ ଭାବେ କାର୍ଯ୍ୟ କରାଇବାକୁ ଓ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ବିଧ୍ୟାଳୟରେ କାର୍ଯ୍ୟକରିବାକୁ ମଧ୍ୟ ଏହି ବୈଠକରେ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର ମାଧ୍ୟମରେ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟେକ ଅଧିକାରୀ ସତର୍କ ଓ ପ୍ରତିକ୍ରିୟାଶୀଳ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.