ରେଙ୍ଗାଲପାଲି ଚିତାମୁଣ୍ଡା ପ୍ରଧାନମନ୍ତ୍ରୀ ରାସ୍ତା: ବିପଦକୁ ଡାକୁଛି ଅନାବନା ଗଛ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ଭାୟା ଝରିଆଗୁଡା ଠାରୁ ଚିତାମୁଣ୍ଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଉଭୟ ପାର୍ଶ୍ୱରେ ଦିର୍ଘ ଦିନରୁ ଅନାବନା ଗଛ ଭରି ରହିଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ରାସ୍ତା ଦୁଇ ପାର୍ଶ୍ୱରେ ଏମିତି ଅନାବନା ଗଛ ଗୁଡ଼ିକ ବଢି ଯାଇଛି ଯେ ବିପରୀତ ଦିଗରୁ କୈାଣସି ଯାନବାହାନ ଆସୁଛି କି ନାହିଁ ତାହା ଜଣାପଡୁନାହିଁ। ତେଣୁ ଟିକିଏ ଅସାବଧାନତା ହେଲେ ପ୍ରତି ମୁହୂର୍ତ୍ତରେ ଦୂର୍ଘଟଣା ହେବା ଆଶଙ୍କା ରହିଛି। ଏହି ରାସ୍ତା ଦେଇ ଡାକ୍ତରଖାନା, ବ୍ଯାଙ୍କ, ସ୍କୁଲ, କଲେଜ ଓ ଦୋକାନ ବଜାର କାର୍ଯ୍ୟ ପାଇଁ ଅନବରତ ସକାଳୁ ରାତି ପର୍ଯ୍ୟନ୍ତ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତା ପାର୍ଶ୍ଵରେ ଏହି ଅନାବନା ଗଛ ପାଇଁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଝରିଆଗୁଡାରୁ ଚିତାମୁଣ୍ଡା ଯିବା ବାଟରେ ଅନେକ ବୁଲାଣି ମାନଙ୍କରେ ଅନାବନା ଘାସ ଓ ଗଛ ଲତା ରହିଛି। ପଥିକ ମାନେ ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବାର ମଧ୍ୟ ଆଶଙ୍କା ରହିଛି। ବୁଲାଣିରେ କୌଣସି ସଂକେତ ସୂଚନା ନ ଦେବାରୁ ଲୋକେ ବୁଲାଣି ବିଷୟରେ ମଧ୍ୟ ଅବଗତ ନ ଥିବାରୁ ବେଳେ ବେଳେ ଦୁର୍ଘଟଣା ଘଟୁଥିବା ଲୋକ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ଅବଗତ କରିବାରୁ ସପ୍ତାହ ମଧ୍ୟରେ ଅନାବନା ସଫା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.