ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପରୀକ୍ଷଣ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଡିଆଇଇଟି ପଡିଆ ସ୍ଥିତ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରଠାରେ ସଦର ବ୍ଲକର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ନେଇ ଦିବ୍ୟାଙ୍ଗ ପରୀକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନୀତ ଅତିଥି ବିଆରସିସି ଜୟକୁମାର ମାଝି, ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ପିଓ ସୁରେନ୍ଦ୍ର କୁମାର ଭୋଇ, ଅଡିଅଲୋଜିଷ୍ଟ ଧରିତ୍ରୀ ଗଡ଼ତିଆ, କୃଷ୍ଣଚନ୍ଦ୍ର ସାହୁ, ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲ, ବିଆରଟି ରଂଜନ କୁମାର ମେହେର ପ୍ରମୁଖ ମଞ୍ଚାସିନ ରହି ନିଜନିଜ ବକ୍ତବ୍ୟରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ପାଇଁ ପାଠପଢ଼ାର ଗରୁତ୍ବ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ବାପାମା’ଙ୍କର ଦାୟୀତ୍ୱ ସମ୍ୱନ୍ଧରେ ଆଲୋକପାତ କରିଥିଲେ। 

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭିନ୍ନକ୍ଷମ ଉପକରଣ ମଧ୍ୟ ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସିଆରସିସି ବୈକୁଣ୍ଠ ବେମାଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଭବାନୀପାଟଣା ବ୍ଲକର ସିଡବ୍ଲୁଏସ୍ଏନ୍ କର୍ମଚାରୀ, ସଂଜୀବ କୁମାର ସାହୁ, ନବୀନ କୁମାର ବାଗ, ନରେଶ ବାଗ, ଅର୍ଜୁନ ଜୁଗୁନିଆ, ଶରତ ଛତ୍ରୀଆ, ସୁବ୍ରତ ମହାପାତ୍ର, ଗଜାନନ ହରିଜନ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ରଂଜନକୁମାର ମେହେରଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ସରକାରଙ୍କ ଏଭଳି ଅଭିନବ ପ୍ରୟାସ ସର୍ବସାଧରଣରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.