ସୁଧାଂଶୁ ବରାଡ ସଭାପତି, ସନ୍ତୋଷ ସିଂହଦେଓ ସାଧାରଣ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହର ସ୍ଥିତ ହୋଟେଲ ଓରିୟନ ଠାରେ କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘର ସଭାପତି ଭବାନୀ ଶଙ୍କର ନିଆଲ ଅଧ୍ଯକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୁନାଗଡ଼ ରେଲୱେ ଷ୍ଟେସନର ବିଭିନ୍ନ ସମସ୍ଯା ଓ ଦାବୀ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଜିଲ୍ଲା ଉପସଭାପତି ଇଙ୍ଗିତ ପଣ୍ଡା ଓ ସାମ୍ବାଦିକ ଅଂଶୁମାନ ପାତ୍ର ବିଷଦ ଭାବରେ ଏନେଇ ଆଲୋଚନା କରିଥିଲେ। ଏହି ସବୁ ରେଲୱେ ସମସ୍ୟାର ସମାଧାନ କରିବା ପାଇଁ ସର୍ବ ସମ୍ମତି କ୍ରମେ ‘ଜୁନାଗଡ଼ ରେଳ ଯାତ୍ରୀ ସଂଘ’ ନାମରେ ଏକ ସଂଘ ଗଠନ କରାଗଲା। ସର୍ବସମ୍ମତିକ୍ରମେ ଜୁନାଗଡ଼ ରେଳ ଯାତ୍ରୀ ସଂଘର ସଭାପତି ଭାବେ ସୁଧାଂଶୁ ଶେଖର ବରାଡ଼, ଉପ ସଭାପତି ଭାବେ ରଶ୍ମି ରଞ୍ଜନ ନାୟକ, ପ୍ରଭାତ ଦାଶ ଓ ରଞ୍ଜନ କୁମାର ଜାଲ, ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ସିଂହଦେଓ, ସମ୍ପାଦକ ଭାବେ ନରେନ୍ଦ୍ର କ୍ଷିତି ଓ କୁବଲେଶୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ଚମ୍ପକ ଅଗ୍ରୱାଲ ମନୋନୀତ ହୋଇଛନ୍ତି। ସଂଘର ଉପଦେଷ୍ଟା ଭାବେ ଈଶ୍ବର ପୁଝାରୀ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ପିତାମ୍ବର ରଣା, ନିର୍ମଳ ମହାନ୍ତି, ଦୁର୍ଗା ପ୍ରସାଦ ନାଏକ, ରମେଶ ଚନ୍ଦ୍ର ନାୟକ, ଭୁବନେଶ୍ବର ସାହୁ, ଉଦ୍ଧବ ସାହୁ, ବିଜୟ ବେହେରା, ଦିଲୀପ ଖେମକା, ନୀଳକଣ୍ଠ ରାଉତ, ଦିବ୍ୟ ଶଙ୍କର ଦୀପ, ଦୁଷ୍ମନୁ ନାଏକ ପ୍ରମୁଖ ମନୋନୀତ ହୋଇଥିଲେ। ଆଗାମୀ ଦିନରେ ଜିଲ୍ଲା ସଂଘ ନେତୃତ୍ବରେ ଜୁନାଗଡ଼ ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ନେଇ ଡି.ଆର.ଏମଙ୍କୁ ଏକ ଦାବୀ ପତ୍ର ଦେବା ପାଇଁ ସ୍ଥିର କରାଗଲା। ଶେଷରେ ଜୁନାଗଡ଼ ରେଳ ଯାତ୍ରୀ ସଂଘ ସଭାପତି ସୁଧାଂଶୁ ବରାଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।