ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ସୋନପୁର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ବ୍ଲକ ସ୍ତରୀୟ ଗୀତା ଆବୃତ୍ତି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସୋନପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ ଭାଗବତ ଗୀତାର ଚତୁର୍ଥ ଅଧ୍ୟାୟ ଆବୃତ୍ତି କରିଥିଲେ। ପ୍ରତିଯୋଗୀତା ହୋଇଥିବା ଚାରୋଟି ବର୍ଗରେ କ’ ବିଭାଗରୁ ଅନନ୍ୟା ପ୍ରିୟଦର୍ଶନୀ ଦାସ, ଆଲିଶା ଦାସ, ସିଦ୍ଧି ତ୍ରିପାଠୀ, ଖ’ ବିଭାଗରୁ ଶୁଭଙ୍କର ପଣ୍ଡା, ସଂସୀତା ତ୍ରିପାଠୀ, ସୁଭଦ୍ରା ନାଏକ, ଗ’ ବିଭାଗରୁ ବର୍ଷାରାଣୀ ପଣ୍ଡା, ଅନ୍ୟସା ଦୀକ୍ଷିତ, ଅଂଶୁମାନ ଗରିଆ, ଘ’ବିଭାଗରୁ ଲଷ୍ମୀପ୍ରିୟା ପ୍ରଧାନ, ଅଙ୍କିତା ସାହୁ, ଅର୍ପିତା ମହାନ୍ତି, ସ୍ମୃତିପ୍ରଭା ମେଣ୍ଡିଲି ପୁରସ୍କୃତ ହୋଇ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ଥାନୀୟ ବୀରମିତ୍ର ସିଂଦେଓ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପୂଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶତ୍ରୁଘନ ହୋତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୀତାକୁ ପ୍ରତ୍ୟହ ପାଠ କରୁଥିବା ବ୍ୟକ୍ତି ଜୀବନର ସମସ୍ତ ସମସ୍ୟା କୁ ଅଚିରେ ସମାଧାନ କରିପାରନ୍ତି ବୋଲି କହିଥିଲେ। ସମସ୍ତ ସମସ୍ୟାର ସମାଧାନର ସୂତ୍ର ଗୀତା ଆବୃତ୍ତି ଓ ଅଭ୍ୟାସ ବୋଲି ମତ ବ୍ୟକ୍ତ କରିଥିଲେ। ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିବନାରାୟଣ ପୂଜହାରୀ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ଡ଼. ସୁରେଶ କୁମାର ପଣ୍ଡା, ପଦ୍ମନାଭ ନନ୍ଦ, ଯୋଗମାୟା ମିଶ୍ର, ଅନ୍ତର୍ଯ୍ୟାମୀ ପଣ୍ଡା, ଗୋବର୍ଦ୍ଧନ ପଧାନ, ବ୍ରତାନନ୍ଦ ଭୋଇ, ନନ୍ଦ କିଶୋର ମିଶ୍ର, ନିତ୍ୟାନନ୍ଦ ପଧାନ, ଆଲୋକ କୁମାର ପଧାନ ପ୍ରମୁଖ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା  ଅନ୍ତର୍ଯ୍ୟାମୀ ହୋତା, ବାଳଗୋପାଳ ଚାନ୍ଦ ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ। ଶୀତାଂଶୁ ପୂଜହାରୀ, ସହସ୍ରାଂଶୁ ପଟ୍ଟନାୟକ, ବଳରାମ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଗୀତା ଆବୃତ୍ତି ପ୍ରତିଯୋଗିତା ଦ୍ୱାରା ସଂସ୍କୃତ ଭାଷାର ପ୍ରଚାରପ୍ରସାର ହେଉଥିବାରୁ ବରେଣ୍ୟ ବିଚାରକ ମଣ୍ଡଳୀ ପ୍ରଜ୍ଞାନ ମିଶନର ଭୁୟସୀ ପ୍ରଶଂସା କରିଥିଲେ। ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଆକାଶ ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ ଅଚ୍ୟୁତାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.