ନିରାଶ୍ରୟ ରୋଗୀର ଶବ ସଂସ୍କାର କରି ପ୍ରଶଂସା ସାଉଁଟୁଛନ୍ତି ସ୍ବେଚ୍ଛାସେବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମାନବିକତା ଦେଖାଇଲେ ସୋନପୁରର ସ୍ବେଛାସେବୀ। ନିରାଶ୍ରୟ ରୋଗୀର କଲେ ଶବ ସଂସ୍କାର। ସୋନପୁର ତେଲ ନଦୀ କଡରେ ଥିବା ନାରାୟଣ ଆଶ୍ରମରେ ସୁକମଣି ବାଗ ନାମକ ଜଣେ ରୋଗୀର ମୃତ୍ୟୁ ଘଟିଥିଲା। ଏହି ଖବର ପହଞ୍ଚିବା ପରେ ପରେ ସ୍ୱଚ୍ଛ ଭାରତର ସ୍ଥାନୀୟ ସ୍ବେଛାସେବୀ ବୃନ୍ଦାବନ ରଥ, ନାରାୟଣ ରଥ, ସମାଜସେବୀ ମନୋଜ କର୍ମୀ ଓ ସ୍ବେଛାସେବୀ, ଯୋଗଗୁରୁ ତଥା ପୋଲିସ କନଷ୍ଟେବଳ ମନୋଜ୍ ପଣ୍ଡା ଆଶ୍ରମକୁ ତୁରନ୍ତ ପହଞ୍ଚି ମୃତ ରୋଗୀର ଅନ୍ତିମ ଦର୍ଶନ କରି ଶବ ସଂସ୍କାର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ। ତେଲ ନଦୀ କୂଳର ନାରାୟଣ ଆଶ୍ରମ ନିକଟସ୍ଥ ଶ୍ମଶାନ ଘାଟରେ ସ୍ୱର୍ଗୀୟ ସୁକମଣିଙ୍କ ଅନ୍ତିମ ସଂସ୍କାର କରଯାଇଥିଲା। ଏ ମହତ୍ କାର୍ଯ୍ଯ ପାଇଁ ସମାଜସେବୀ ମାନଙ୍କୁ ସହରବାସୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.