ନବ ନିଯୁକ୍ତ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାଗତ ସମାରୋହ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଜୟପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ ଏସ ଡି) ଖଲିଆଭଟା ଠାରେ ବ୍ଲକରେ ନବ ନିଯୁକ୍ତ ୪୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା l ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଉପସଭାପତି ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି, ଅତରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସମଗ୍ର ଶିକ୍ଷା ଜୟପାଟଣା ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ, ପ୍ରାଥମିକ ଶିକ୍ଷକ ସଙ୍ଘ ଶ୍ରୀ ଲଳିତ କୁମାର ନାଏକ, କୋଷାଧ୍ୟକ୍ଷ ଶ୍ରୀ ରମାକାନ୍ତ ମାଝୀ, ଉପସଭାନେତ୍ରୀ ଶ୍ରୀମତୀ ରଶ୍ମିତା ବେହେରା, ଉପଦେଷ୍ଟା ଶ୍ରୀ ପ୍ରଫୁଲ୍ଲ ବେହେରା, ଶ୍ରୀ ଦିବାକର ପଟ୍ଟନାୟକ, ଶ୍ରୀ ପ୍ରମୋଦ କୁମାର ଠାକୁର, ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଶ୍ରୀ ମାନସ ରଞ୍ଜନ ପଣ୍ଡା, ଶ୍ରୀ ଅଭିଷେକ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଏହି ଅବସରରେ ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଓ ଉପଢୌକନ ସହ ସମ୍ବର୍ଦ୍ଧନା କରାଯାଇଥିଲା।‌ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି ଓ ପ୍ରାୟ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ଶ୍ରୀ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.