ଦେବଗିରିରେ ଚାଲିବ ମହାରାଜ ଗୋସିଙ୍ଗ ଦୈତ୍ୟଙ୍କ ରାଜୁତି: ମୁଖ୍ୟ ଭୂମିକାରେ ବିଜୟ ଧଙ୍ଗଡାମାଝୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେବଗିରି – ବୁଢୀପଦରରେ ଚାଲିବ ମହାରାଜ ଗୋସିଙ୍ଗ ଦୈତ୍ୟଙ୍କ ରାଜୁତି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୋସିଙ୍ଗ ଦୈତ୍ୟ ଭୂମିକାରେ ଅଭିନୟ କରିବେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ କଳାକାର ବିଜୟ କୁମାର ଧଙ୍ଗଡାମାଝୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦରରେ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବ ରାଜ୍ୟ ସ୍ତରୀୟ କୁମାରସ୍ବାମୀ ମହୋତ୍ସବ ତଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ। ଚଳିତ ବର୍ଷର କୁମାରସ୍ବାମୀ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ ‘ଗୋସିଙ୍ଗ ଦୈତ୍ୟ ଦରବାର’। ପ୍ରାଚୀନ ଲୋକନୃତ୍ୟ ଡମ୍ ବଜା, ଢାପ୍, ବନାବାଡି ସହ ଅନେକ ଲୋକସଂସ୍କୃତିରେ ଦୁଲୁକିବ ମଞ୍ଚ। ଲୋକଶ୍ରୁତି ଓ କିମ୍ବଦନ୍ତୀ ଅନୁସାରେ ମହିଷାସୁରଙ୍କ ଅଣନାତି ମହାରାଜ ଗୋସିଙ୍ଗ ଦୈତ୍ୟ ଅସୁରଗଡ଼ରେ ରାଜୁତି କରିବା ସହ ଦେବଗିରିରେ ଶିବ ଉପାସନା କରୁଥିଲେ। ଦେବଗିରି-ବୁଢ଼ୀପଦର ଅଞ୍ଚଳ ପ୍ରାଚୀନ ଆଟବିକ ସଭ୍ୟତାର ଏକ ଅଭିନ୍ନ ଅଙ୍ଗ। ତେଣୁ ଗୋସିଙ୍ଗ ଦୈତ୍ୟ ଦରବାର ମାଧ୍ୟମରେ ନୂତନ ପିଢ଼ିକୁ ଆଟବିକ ସଭ୍ୟତା ସହ ପରିଚିତ କରାଇବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ତେବେ ବିଜୟ ଧଙ୍ଗଡାମାଝୀ ପୂର୍ବରୁ ‘ସାଖି ରହିବ ଏ ଦେବଗିରି’ ନାଟକରେ ଗୋସିଙ୍ଗ ଦୈତ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସିତ ହୋଇଛନ୍ତି। ତେଣୁ ଗୋସିଙ୍ଗ ଦୈତ୍ୟ ଦରବାରରେ ମଧ୍ୟ ଦର୍ଶକ ତାଙ୍କର ଦମଦାର ଅଭିନୟ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି। 

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.