କୁଶୁର୍ଲା ହରଗୌରୀ ଯୁବକ ସଂଘର କର୍ମକର୍ତ୍ତା ଚୟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ ରାମପୁର ବ୍ଲକ ଅଧିନସ୍ଥ କୁଶୁର୍ଲାର ହରଗୌରୀ ଯୁବକ ସଂଘର ନୂତନ ପରିଚାଳନା କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଛି। ଆୟୋଜିତ ସଭାରେ ଗ୍ରାମର ମୁଖିଆ ଜନ୍ମେଜୟ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ପ୍ରଥମେ ସଭାପତି ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ସଭାର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏହାପରେ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ କମିଟିର ସଭାପତି ଭାବରେ ଯୁଗେଶ ଜାନୀ,ଉପସଭାପତି ଭାବରେ ନୀଳକଣ୍ଠ ସାହୁ, ସମ୍ପାଦକ ତୀର୍ଥରାଜ ବନଛୋର, ଯୁଗ୍ମ ସମ୍ପାଦକ ଭାବରେ ସନ୍ତୋଷ ରଣା, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, କ୍ରୀଡା ସମ୍ପାଦକ ସୁନୀଲ ଶିଖା, କୋଷାଧ୍ୟକ୍ଷ ଭାବରେ ନରେନ୍ଦ୍ର ମାଝୀ ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାରୀ ସଦସ୍ୟ ଭାବରେ ଅମର ଭୋଇ, କେଶବ ନନ୍ଦ, ଦେବାଶିଷ ସାହୁ, ପପୁ ସାହୁ, ଦକ୍ଷ ବନଛୋର, ତ୍ରିଲୋଚନ ସାହୁ, କୁମାରୀ ବିସ୍ମିତା ସାହୁ, କୁମାରୀ ସୀତୁ ଜାନୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ଧନେଶ୍ୱର ସାହୁ, ସରୋଜ ସୁନା, ଦିବ୍ୟକାନ୍ତ ନାଗ, କ୍ଷୀରୋଦ ଚନ୍ଦ୍ର ବଡ଼ମାଳୀ, ଯଶୋବନ୍ତ ସାହୁ ପ୍ରମୁଖ ନିର୍ବାଚିତ ହୋଇ ହରଗୌରୀ ଯୁବକ ସଂଘର ନୂତନ କର୍ମକର୍ତ୍ତା ଭାବରେ ଶପଥ ଗ୍ରହଣ କରିଥିଲେ। ଉକ୍ତ ସଭାରେ ଗ୍ରାମର ପୂର୍ବତନ ସଭାପତି ଶୋଭାକାର ଜାନୀ,ସମ୍ପାଦକ ପଦ୍ମନାଭ ବନଛୋର, ବିଶିଷ୍ଟ ନାଗରିକ ନେରୁତ ଜାନୀ, ହେମସାଗର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଶାନ୍ତ ଜାନୀ, ଯୁଗଳ ନାଗ, ପ୍ରକୃତି ମିତ୍ର ସନତ କୁମାର ସାହୁ ସମେତ ଗ୍ରାମର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.