ଭବାନୀପାଟଣା ଠାରେ ୭୫ତମ କଳାହାଣ୍ଡି ଗଠନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୯୪୯ ମସିହା ନଭେରେ ୧ ତାରିଖ ଦିନ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲାର ମାନ୍ୟତା ପାଇଲା କଳାହାଣ୍ଡି। ଭବନୀପାଟଣା, ଧର୍ମଗଡ ଓ ନୂଆପଡା ରାଜସ୍ୱ ଉପଖଣ୍ଡକୁ ନେଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା। ୧୯୯୪ ମସିହାରେ ନୂଆପଡା ସ୍ୱତନ୍ତ୍ର ଜିଲ୍ଲା ଗଠିତ ହେବାପରେ ଭବାନୀପାଟଣା ଓ ନୂଆପଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର କଳାହାଣ୍ଡି ଜିଲ୍ଲା ରହିଛି। ଆଜି ନଭେମ୍ବର ୧ ତାରିଖ । ଜିଲ୍ଲା ଗଠନକୁ ୭୫ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ କିଛିଦିନ ଧରି କଳାହାଣ୍ଡି ଜିଲ୍ଲା ସାରା ସମସ୍ତ ଅଞ୍ଚଳରେ କଳାହାଣ୍ଡି ଗଠନ ଦିବସକୁ ପାଳନ କରାଯାଇଥିଲା। ଆଜି ଶୁକ୍ରବାର ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ‘କଳାହାଣ୍ଡି ଗଠନ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନୀତ ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲାପାଳ ସଚୀନ ପାୱାର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱାନ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ଅତିରିକ୍ତ ଜିଲ୍ଲାପାଳ ବୈତାରୁ ଦୀପ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା ପ୍ରମୁଖ ଯୋଗଦେଇ କଳାହାଣ୍ଡି ଜିଲ୍ଲାର ଐତିହ, ପରମ୍ପରା, ସଂସ୍କୃତି ଓ ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ବିଭିନ୍ନ ସ୍କୁଲ ଓ କଲେଜ ସ୍ତରୀୟ ପ୍ରତିଯୋଗୀତା ଗୁଡିକରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ପୂର୍ବାହ୍ନରେ ମଶାଲ ଯାତ୍ରା ରାହାଗିରି ପଥୋତ୍ସବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.