ନର୍ଲା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ବିଡ଼ିଓ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୪ ପାଳିତ ହୋଇ୍‌ଯାଇଛି। ପ୍ରଥମେ ବିଡିଓଙ୍କ ନେତୃତ୍ୱରେ ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ, ସେକସନ ଅପିସର ଦିଗ ପଧାନ, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଜଗଜ୍ଜୀବନ ସାହୁ, ବିକେଶ ସା, ସହଶ୍ରାଂଶୁ ମିଶ୍ର, ଜୀତେନ୍ଦ୍ର ଯୋଶୀ, ମଧୁ ନାଏକ ପ୍ରମୁଖଙ୍କ ସମେତ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏମବିକେ, ସିଆରପି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସମବେତ ହୋଇ ଦୁର୍ନୀତି ନିବାରଣ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ବ୍ଲକରୁ ବାହାରି ନର୍ଲା ବସ୍ତି ପରିକ୍ରମା କରି ଜନ ସଚେତନ କରିଥିଲେ। ଏହାପରେ ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ଏଥିରେ ଜିପିଇଓ ଶ୍ରୀ ନାଏକ ଓ ସେକସନ ଅଫିସର ଶ୍ରୀ ପଧାନ, ବିପିସି ଭୋଳାନାଥ ଦାସ ମଞ୍ଚାସୀନ ରହି ଦୁର୍ନିତିକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ। ଏହାକୁ ଦୃଢ ହସ୍ତରେ ଦମନ କରାଯିବା କଥାକୁ ଦୋହରାଇବା ସହିତ ସମସ୍ତଙ୍କୁ ଏ ବାର୍ତ୍ତା ଦେବାପାଇଁ ଅନୁରୋଧ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଅକ୍ଟୋବର ୨୮ ରୁ ନଭେମ୍ବର ୩ ଯାଏଁ ପାଳିତ ହେଉଛି ଦୁର୍ନୀତି ନିବାରଣ ସପ୍ତାହ। ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ପାଳିତ ହୋଇଥିବା କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁ ନାଏକ ପରିଚାଳନା କରିଥିବା ବେଳେ ଜିପିଇଓ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.