ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଧାନ ମଣ୍ଡି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଜନ ସମ୍ପର୍କ ପଦଯାତ୍ରା ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଙ୍କ ନେତୃତ୍ବରେ ହୀରାପୁର ଗ୍ରାମ ରୁ ବାହାରି ମଙ୍ଗଳପୁର ଧାନ ମଣ୍ଡି ପର୍ଯ୍ୟନ୍ତ ଯାଇଥିଲେ।

Omkar Vasthu
Omkar Vasthu

ସେଠାରେ ଜୟପାଟଣା ବ୍ଲକ ବିଜେଡ଼ି ସଭାପତି ମୀନକେତନ ପୁଝାରୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଜୟପାଟଣା ବ୍ଲକ ଜୋନ୍ ଦୁଇ ଜିଲ୍ଲା ପରିଷଦ ସଦସ୍ୟ,ଦେବ ପୁଝାରୀ, ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ସ୍ବର୍ଣ୍ଣ ଚମ୍ପା ମାଝୀ, ଜୟପାଟଣା ବ୍ଲକ ବିଜେଡ଼ି ସଭାନେତ୍ରୀ ପଙ୍କଜେନୀ ପଟ୍ଟନାୟକ,ବରିଷ୍ଠ ବିଜେଡି ନେତା ବଦ୍ରିନାରାୟଣ ପାତ୍ର, ଭବାନୀପାଟଣା, ଲାଞ୍ଜିଗଡ଼, ଥୁଆମୁଲ ରାମପୁର, ଏବଂ ଜୟପାଟଣା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସ୍ତରୀୟ ଏବଂ ବ୍ଳକ ସ୍ତରୀୟ ବିଜେଡ଼ି କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଥିବା ଅତିଥି ମାନେ ନିଜ ନିଜ ମତ ପ୍ରଦାନ୍ କରି ବିଜେପି ନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି କେତେ ଦୂର ପାଳନ କରୁଛି ନ ହେଲେ ଆଗାମୀ ଦିନରେ ରାଜରସ୍ତା କୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଏହି ସଭା ଟିକୁ ବିଜେଡ଼ି ଯୁବ ସଭାପତି ଅମ୍ବୁଜ କୁମାର ଧଙ୍ଗଡା ମାଝି ପରିଚାଳନା କରିଥିବା ବେଳେ ବିଜେଡ଼ି ବ୍ଳକ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.