ନବଜ୍ୟୋତି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ବନମହୋତ୍ସବ

ନୂଆପଡା : ସ୍ଥାନୀୟ ଖରିଆର ରୋଡ ସହର ସ୍ଥିତ ନବଜ୍ୟୋତି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତମ ମାନର ଶିକ୍ଷା ଦାନ ସହ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କରିକୁରାଲ୍ ଏକ୍ଟିଭିଟିଜ୍ ପାଇଁ ଏହି ଶିକ୍ଷାନୁଷ୍ଠାନ ନୂଆପଡା ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ପରିବେଷ ସୁରକ୍ଷା ସହ ବୃକ୍ଷ ରୋପଣପ ମହତ୍ବ ସମନ୍ଧରେ ଅବଗତ କରାଇବା ଲକ୍ଷ୍ୟ ନେଇ ବନମହୋତ୍ସବର ଆୟୋଜନ କରାଯାଇଥିଲା । ନବଜ୍ୟୋତି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଖରିଆର ରୋଡ ବନ ବିଭାଗ ତରଫରୁ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭା ରେ ନବଜ୍ୟୋତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜନା ସାହୁ ସଭାପତିତ୍ୱ କରି ଥିବା ବେଳେ ବନ ବିଭାଗ ଅଧିକାରୀ ଏ.ସି.ଏଫ. ଡ଼ଃ ମିହିର ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ରେଞ୍ଜର ନିରଞ୍ଜନ ମାଝୀ, ରମା ରଞ୍ଜନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

Udyog Nursery
Udyogi Nursery

ବନ ବିଭାଗର ଡମ୍ବରୁଧର ସାହୁ, ମନୋଜ ବାଗ, ସରୋଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ. ତେବେ ଏହି ସଭା ରେ ନବଜ୍ୟୋତି ବିଦ୍ୟାଳୟ ର ନେହା ଗୁପ୍ତା, ପ୍ରଶାନ୍ତ ଶର୍ମା, ଦିଲୀପ ସାହୁ, ମଞ୍ଜୁଳା ନାଗ, ଉମାଶଙ୍କର କର ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ସାମିଲ ହୋଇ ସାମୁହିକ ଭାବେ ବୃକ୍ଷ ରୋପଣ କରି ବନ ମହୋତ୍ସବ ସପ୍ତାହ ପାଳନ କରି ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.