ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝି ସଂସ୍କୃତି ଭବନ ଠାରେ ଆବାହକ ଦାମୋଦର ବେହେରାଙ୍କ ନେତୃତ୍ବରେ ସାମ୍ବିଧାନିକ ଅଧିକାର ଦାବିରେ ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଦଖଲ ଚାଷ ଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କୁ କଡା କଢ଼ି ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସି ,ଦଳିତ,ବନବାସୀଙ୍କ ଅଧିକାର ଓ ଚାଷ ଉପଯୋଗୀ ଜମିର ସ୍ଥାୟୀ ପଟ୍ଟା ও ବାସଗୃହ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ହାଇକୋର୍ଟ ଓଡିଶା ପ୍ରଶାନୁ ମିଶ୍ର ଯୋଗଦାନ କରି ଉପସ୍ଥିତ ଲୋକଙ୍କୁ ମାର୍ଗ ଦର୍ଶନ କରିଥିଲେ । କୃଷକ ନେତା ପିତାମ୍ବର ଦାସ,ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଦିବାସୀ ମହା ସଭା କଳାହାଣ୍ଡି ସଭାପତି ସୁରେନ୍ଦ୍ର ମାଝି,ହରେକୃଷ୍ଣ ମାଝି,ସଞ୍ଜୟ ସୁନାନୀ,ଘନ ବାଗ, ଜଗଦୀଶ ଦୁର୍ଗା, ବିନ୍ତା ମାଝୀ, ଭକ୍ତ ମାଝୀ , ସାରଙ୍ଗ ମାଝୀ,ଛାତ୍ର ନେତା ରାଜାରାମ ଡଙ୍ଗରି ,ସୁଶାନ୍ତ ମାଝି ,ଲକ୍ଷ୍ମଣ ଦଣ୍ଡସେନା ,ହିମାଂଶୁ ଶେଖର ନାଏକ ,ଲୋଚନ ପଟେଲ ଏବଂ ପ୍ରେମାନନ୍ଦ ପଟେଲ ଯୋଗ ପ୍ରମୁଖ ଦାନ କରି ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମର ଅନେକ ମହିଳା ଏବଂ ପୁରୁଷମାନେ ଉପସ୍ଥିତ ଥିଲେ ।