ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାନ୍ଦୁଲ ନଦୀ ଗର୍ଭରେ କାସତଣ୍ଡି ଫୁଲର ସମ୍ଭାର ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ପ୍ରେମୀ ଯୁଗଳ ଓ ଛାତ୍ରଛାତ୍ରୀ ମାନେ ଶୁସ୍କ ନଦୀ ଶଯ୍ୟାକୁ ଯାଇ କାଶତଣ୍ଡି ଫୁଲ ବଣରେ ସେଲଫି ନେଉଥିବା ଦୃଶ୍ୟମାନ ହେଉଛି । କାଶତଣ୍ଡି ଫୁଲ ରେ ଭରି ଯାଇଛି ସାନ୍ଦୁଲ ଗର୍ଭ । ବେଶ ମନୋରମ ଓ ଆକର୍ଷିତ ଲାଗୁଛି ସାନ୍ଦୁଲ ନଦୀ । ଚଳିତ ବର୍ଷ ହୀନ ବୃଷ୍ଟି ଯୋଗୁଁ ନଦୀରେ ବଢି ପାଣି ଆସିନି । ଫଳରେ କାଶତଣ୍ଡି ଗଛରେ ଭରିଯାଇ ଏକ ଉପବନ ସୃଷ୍ଟି ହୋଇଛି ନଦୀ ପଠା । ହୀନ ବୃଷ୍ଟି ଯୋଗୁଁ ନଈବଢୀ ହୋଇ ନଥିବା କାରଣରୁ ନଭେମ୍ବର ମାସରୁ ସାନ୍ଦୁଲ ଶୁଖିବାକୁ ବସିଲାଣି । ସାନ୍ଦୁଲ ନଦୀରୁ ନଈକୁଳିଆ ୧୧ ଗୋଟି ସ୍ଥାନରେ ଇନଟେକ କୂଅ ଖୋଳାଯାଇ ଆରଡବ୍ଲୁଏସଏସ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି । ସାନ୍ଦୁଲ ନଦୀ ଗର୍ଭରେ ପ୍ରବାହିତ ଜଳଧାରାକୁ ଲକ୍ଷ୍ୟ କଲେ ଆସନ୍ତା ମାର୍ଚ୍ଚ, ଅପ୍ରେଲ ଗ୍ରୀଷ୍ମ ଋତୁରେ ନଦୀରେ ଜଳ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଫଳରେ ଅଞ୍ଚଳବାସୀ ସାନ୍ଦୁଲ ନଦୀ ଗର୍ଭରୁ ପାନୀୟ ଜଳ ପାଇବା ମୁସ୍କିଲ ହୋଇ ପଡିବ ବୋଲି କୁହାଯାଉଛି ।