ଆବାସ କାର୍ଯ୍ୟାଦେଶ ଜାଲିଆତିର ରାୟ ପ୍ରକାଶ କଲେ କୋକସରା ଜେଏମଏଫସି କୋର୍ଟ

୨ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଉଭୟଙ୍କୁ ୫ ହଜାର ଟଙ୍କା ଜୋରିମାନା ସହ ୨ ବର୍ଷ ୯ମାସ ଲେଖାଏଁ କାରାଦଣ୍ଡାଦେଶ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶୀବାହାଲ ଗ୍ରାମ ପଞ୍ଚାୟତରେ ୨୦୦୩ ମସିହାରେ ହୋଇଥିବା ଇନ୍ଦିରା ଆବାସ କାର୍ଯ୍ୟାଦେଶ ଜାଲିଆତି ମାମଲାର ରାୟ ସେମବରା ପ୍ରକାଶ ପାଇଛି। ମାନ୍ୟବର କୋକସରା ଜେଏମ୍‌ଏଫ୍‌ସି ୨ ଅଭିଯୁକ୍ତଙ୍କୁ ୨ ବର୍ଷ ୯ମାସ କାରାଦଣ୍ଡାଦେଶ ପ୍ରଦାନ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି।

Omkar Vasthu
Omkar Vasthu

ମାମଲାର ବିବରଣୀ ଅନୁଯାୟୀ, କୋକସରା ଗ୍ରାମର ମୋହନଲାଲ ସାଗର ଓ କାଶୀବାହଲ ପଞ୍ଚାୟତର ସେହି ସମୟର ଜଣେ ୱାର୍ଡ ସଭ୍ୟ ନେହୁର ବେହେରା ଇନ୍ଦିରା ଆବାସ ଗୃହର କାର୍ଯ୍ୟାଦେଶ କରେଇଦେବା ପାଇଁ ଅନେକ ହିତାଧିକାରୀଙ୍କ ଠାରୁ ୩ ହଜାର ଟଙ୍କା ଲେଖାଁଏ ସଂଗ୍ରହ କରିଥିଲେ। ଏହାପରେ ଅଭିଯୁକ୍ତ ମୋହନଲାଲ ସାଗର ବିଡିଓଙ୍କ ଜାଲ ଦସ୍ତଖତ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ପରବର୍ତ୍ତି ସମୟରେ ହିତାଧିକାରି ମାନଙ୍କୁ କାର୍ଯ୍ୟାଦେଶ ମିଲିଥିବା ସତ୍ତ୍ୱେ ଗୃହ ତିଆରି ପାଇଁ କୌଣସି ଟଙ୍କା ନ ମିଲିବାରୁ କନ୍ଦାବୁଟ୍ରା ଗ୍ରାମର ଚନ୍ଦ୍ର ଶେଖର ବେହେରା ଓ ଅନ୍ୟମାନେ ତତ୍କାଳୀନ କୋକସରା ବିଡିଓ ଗଣ୍ଡାରାମ ଖମାରୀଙ୍କୁ ଇନ୍ଦିରା ଆବାସ ଗୃହ ନିମନ୍ତେ ଏକ ଅଭିଯୋଗ କରି ଗୃହ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶ ଦେଖାଇଥିଲେ। ଏହାପରେ ସେମାନଙ୍କ ନାଁରେ କୌଣସି କେସ୍ ରେକର୍ଡ ଖୋଲା ଯାଇ ନଥିବା ଓ ତାହା ଜାଲିଆତି କାର୍ଯ୍ୟାଦେଶ ବୋଲି ବିଡିଓ ଜାଣିବାକୁ ପାଇଥିଲେ। ଏନେଇ କୋକସରାର ତତ୍କାଳୀନ ବିଡିଓ ଗଣ୍ଡାରାମ ଖମାରୀ ୧୨/୦୭/୨୦୦୩ ମସିହାରେ କୋକସରା ଥାନାରେ ଏକ ଏତଲା ଦେଇଥିଲେ। ଏହି ମାମଲାର ଆଜି ରାୟ ପ୍ରକାଶ କରି ମାନ୍ୟବର କୋକସରା ଜେଏମ୍‌ଏଫ୍‌ସି ସମସ୍ତ ସାକ୍ଷ ପ୍ରମାଣ ଗ୍ରହଣ କଲାପରେ ଅପରାଧି ମୋହନ ଲାଲ ସାଗର ଓ ନେହୁର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ୯ମାସ କାରାଦଣ୍ଡାଦେଶ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସୋମବାର ମୋହନ ଲାଲ ସାଗର ଆତ୍ମ ସମର୍ପଣ କଲାପରେ ରାୟ ପ୍ରକାଶ ପାଇଥିଲା। ଏବଂ ଦେଷୀ ସାବ୍ୟସ୍ତ ହେବାରୁ ଦୋଷୀଙ୍କୁ ଜେଲକୁ ପଠେଇ ଦିଆଯାଇଛି। ଏହି ମାମଲାକୁ କୋକସରା କୋର୍ଟର ସରକାରୀ ଓକିଲ ଅଜିତ୍ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.