ଲାଞ୍ଜିଗଡ଼ର ସାମ୍ୱାଦିକମାନଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ପକ୍ଷରୁ ବିଶ୍ବନାଥପୁର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ଼ର ସାମ୍ବାଦିକମାନଙ୍କୁ ଭବାନୀପାଟଣାରେ ଜଣେ ଜିଲ୍ଲାସ୍ତରୀୟ ସାମ୍ବାଦିକ ଜାତିଆଣ ଆକ୍ଷେପ କରିବା ସହ ଜିଲ୍ଲା ମୁଖ୍ୟାଳୟକୁ ପଶାଇ ଦେବିନି, ଗୋଡ଼େଇ ଗୋଡ଼େଇ ମାରିବି ବୋଲି ହତ୍ୟା ଧମକ ଦେଇଥିବା ଘଟଣାର ତୀବ୍ର ନିନ୍ଦା କରିବା ସହ ସଂପୃକ୍ତ ସାମ୍ବାଦିକଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି ହୋଇଛି। ସୂଚନା ଅନୁସାରେ, ମଙ୍ଗଳବାର ଦିନବେଳେ ଭବାନୀପାଟଣାସ୍ଥିତ ବାଲାଜୀ ମନ୍ଦିର ପରିସରରେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଲାଞ୍ଜିଗଡ଼ ବ୍ଲକର କୋଡିଏରୁ ଅଧିକ ସାମ୍ବାଦିକ ସାମିଲ ହୋଇଥିଲେ। ସେଠାରେ ଭବାନୀପାଟଣାର ସାମ୍ବାଦିକ  ରଜନୀ ମିଶ୍ର, ଅତର୍କିତ ଭାବେ ମାରି ଗୋଡ଼ାଇବା ସହିତ ଲାଞ୍ଜିଗଡ଼ର ସାମ୍ବାଦିକମାନଙ୍କୁ ଭବାନୀପାଟଣା ପଶେଇ ଦେବିନି, ସମସ୍ତଙ୍କୁ ଗୋଡ଼ ହାତ ଭାଙ୍ଗିଦେବି, ଜଣ ଜଣ କରି ଜୀବନରେ ମାରିବି ବୋଲି ଧମକ ଦେବା ସହ କିଛି ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପ କରିବା ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି। ସେ ମଦପିଇ ଏପରି କାଣ୍ଡ ଭିଆଇଥିବା ମଧ୍ୟ କୁହାଯାଉଛି। ତେଣୁ ତାଙ୍କୁ ଗିରଫ କରାନଗଲେ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ରାସ୍ତାକୁ ଓହ୍ଲାଇବା ସହିତ ଆବଶ୍ୟକ ହେଲେ ଥାନା ଘେରାଉ କରିବାକୁ ଚେତାବନୀ ଦିଆଯାଇଛି। ଆଜି ବିଶ୍ୱନାଥପୁରଠାରେ ଏହି ଜରୁରୀ ବୈଠକ ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ନିଲେଶ କୁମାର ନାଗ ସ୍ୱାଗତ ଭାଷଣ ଦେଇଥିବାବେଳେ ଗୋପାଳ ଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବି. ତ୍ରିପତି ପାତ୍ର, ସନ୍ତୋଷ ତୁଳ, ପରେଶ ନାୟକ, କ୍ଷମାନିଧି ମହାଖୁଡ଼, ଏମ. ଚନ୍ଦ୍ରଶେଖର, ସୁଶୀଲ କୁମାର ବାଗ, ରମେଶ ନାୟକ, ଦିଲୀପ ନାଏକ, ପ୍ରଭୁରଞ୍ଜନ ସାମଲ, ତୁଳସୀରାମ ପ୍ରଧାନୀ, ମନୋଜ ଦୋରା, ମଳୟ ବେନୁଆ, ଦିଲୀପ ପଟ୍ଟନାୟକ, ଦେବାନନ୍ଦ ମାଝୀ, ସାଗର ବେନାଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ ବ୍ଲକର କୌଣସି ସାମ୍ବାଦିକଙ୍କ ବିରୋଧରେ ଯେ କେହି ନକରାତ୍ମକ ମନ୍ତବ୍ୟ ଦେଲେ ଆଦୌ ବରଦାସ୍ତ କରାଯିବନି ଏଥର ତୀବ୍ର ବିରୋଧ କରାଯିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.