କଳାହାଣ୍ଡି,୨/୧୨:
କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଚାଲୁଥିବା ଆର୍ନ୍ତଜାତୀୟ ବାଲୁକାକଳା ମହୋତ୍ସବରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଓମ ପ୍ରକାଶ ସାହୁ ନାମକ ଜଣେ ବାଲୁକାଶିଳ୍ପୀ ଭାଗନେଇ ତାଙ୍କର କଳା ପ୍ରଦର୍ଶନ କରିବାର ସୂଯୋଗ ପାଇଛନ୍ତି । ସେଠାରେ ସେ ଶନିବାର ଦିନ ବାଲୁକାକଳା ମାଧ୍ୟମରେ ପୁରୁଷ ହକି ବିଶ୍ବକପ୍ ଓ କିମ୍ବଦନ୍ତି ହକି ଖେଳାଲି ଧ୍ୟାନଚାନ୍ଦଙ୍କ ପ୍ରତିକୃତି ନିର୍ମାଣ କରିଥିବା ବେଳେ ଆଜି (ରବିବାର) ଭାରତର ଐତିହ୍ୟକୁ ନେଇ ବାଲୁକାକଳା ପ୍ରଦର୍ଶନ କରିଛନ୍ତି । ୫ଦିନ ଧରି ହେବାକୁଥିବା ଏଇ ମହୋତ୍ସବର ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ ଶୈଳୀରେ ବାଲୁକାକଳା ପ୍ରଦର୍ଶନ କରିବେ ବୋଲି ସେ ଜଣାଇଛନ୍ତି । ଓମ ପ୍ରକାଶ ପେସାରେ ଜଣେ ଶିକ୍ଷକ ହେଲେ ମଧ୍ୟ ବାଲୁକାକଳା ପ୍ରତି ଛୋଟବେଳୁ ତାଙ୍କର ଦୂର୍ବଳତା ରହିଆସିଛି । ସେ ବଲାଙ୍ଗୀର ଭୀମପାହାଡ ମହୋତ୍ସବରେ ମଧ୍ୟ ବାଲୁକାକଳା ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ ।