ସାହାଜଖୋଳ ବନ ସୁରକ୍ଷା ସଂଘର ଗଣଧାରଣା ଓ ରାସ୍ତାରୋକ; ପ୍ରତିଶୃତି ପରେ ହଟିଲେ ଆନ୍ଦୋଳନକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାହାଜଖୋଳ ସଂରକ୍ଷିତ ଜଙ୍ଗଲରେ ବେଆଇନ ମକା ଚାଷ କରି ଜଙ୍ଗଲ ନଷ୍ଟ କରୁଥିବା ମକା ମାଫିଆକୁ ହଟାଇବା, ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ଫରେଷ୍ଟ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ବନ ସୁରକ୍ଷା ମହାସଂଘ ପକ୍ଷରୁ ଗୁରୁବାର କୋକସରା ବ୍ଲକ ଆମପାଣି ଠାରେ ଜାତୀୟ ରାଜପଥ ୨୬କୁ ଅବରୋଧ କରି ଆନ୍ଦୋଳନ କରିଛନ୍ତି। ସୂଚନା ଅନୁସାରେ, ଧର୍ମଗଡ଼ ବନାଞ୍ଚଳ ଦକ୍ଷିଣ ବନଖଣ୍ଡ ବେହେରା ଓ ଆମପାଣି ଫରେଷ୍ଟ ସେକ୍ସନ ଅଧିନରେ ଧଅଁରପୁର ଠାରୁ ଆମପାଣି ପର୍ଯ୍ୟନ୍ତ ପ୍ରାୟ ୧୨ ହଜାର ୯୯୮ ହେକ୍ଟର ପରିମିତ ଜଙ୍ଗଲ ରହିଛି।

Omkar Vasthu
Omkar Vasthu

ଏହି ଜଙ୍ଗଲରେ ଗତ କିଛିବର୍ଷ ହେଲା ପଡୋଶୀ ରାଜ୍ୟ ଓ ଜିଲ୍ଲାର ମାଫିଆ ମାନେ ଅନଧିକୃତ ଭାବେ ପଶି ହେକ୍ଟର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ମକା ଚାଷ କରି ଆସୁଛନ୍ତି। ତଥାପି ବନ ବିଭାଗ ପକ୍ଷରୁ ସେମାନଙ୍କୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କିଛି ଭ୍ରଷ୍ଟ ଅଧିକାରୀ ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି । ଜଙ୍ଗଲରୁ ମକା ମାଫିଆ ମାନଙ୍କୁ ହଟାଯିବା ପାଇ ଗତ ୨୦୨୧ ମସିହାରେ ପ୍ରଶାସନ ସହିତ ବନ ସୁରକ୍ଷା ସମିତିର ଏକ ଶାନ୍ତି କମିଟି ଗଠନ ହୋଇଥିଲା। ତେବେ ବୈଠକରେ ହୋଇଥିବା ନିଷ୍ପତି କୁ ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନାହାନ୍ତି। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଛି। ଏଥି ସହ ଧର୍ମଗଡ଼ ବନାଞ୍ଚଳ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ଆମପାଣି ଓ ବେହେରା ଫରେଷ୍ଟରେ ନୂତନ କର୍ମଠ ଅଧିକାରୀ ଦେବାକୁ ଦାବି କରି ଆଜି ସାହାଜଖୋଳ ବନ ସୁରକ୍ଷା ମହାସଂଘର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ବରେ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଅଞ୍ଚଳବାସୀ ପକ୍ଷରୁ ଆମପାଣି ଫରେଷ୍ଟ ଅଫିସରେ ତାଲା ପକାଇବା ସହ ଦିନ ୧୧ଟା ସମୟରୁ ରାଜ ରାସ୍ତାକୁ ଅବରୋଧ କରି ଗଣଧାରଣା ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକକା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିଦରେ ଅଟଲ ରହିଥିଲେ। ଏହାପରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ଆଲୋଚନା କରି ପ୍ରଶାସନ ସହିତ ଆଲୋଚନା କରାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହାଟାଇ ବନ ପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ମଲ୍ଲିକ ଓ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ଶତପଥୀ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ଏହି ଆନ୍ଦୋଳନରେ ବନ ସୁରକ୍ଷା ସମିତିର ସଭାପତି ହେମନ୍ତ ମାଝୀଙ୍କ ସମେତ ନିରଞ୍ଜନ ବାଗ, ଭବେଶ ଗଈନ୍ତା, ଭଜମନ ନାଏକ, ହେମାଙ୍ଗିନୀ ହଂସ, ଶିବ ପ୍ରସାଦ ପ୍ରଧାନୀ, ସୁଧୀର ବାଗ, ଭୁଜବଳ ସୋରୀ, ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ, ମଧୁବନ ପାତ୍ର, ସରପଞ୍ଚ ଇଶରାମ କୋଲଥିଆ, ହରିଶ୍ଚନ୍ଦ୍ର ନାଏକ, ସୁଭାଷ ଖର୍ସେଲ, ପରିକ୍ଷିତ ବେଶ୍ରା, ବେଣୁଧର ଦାସ, ନକୁଳ ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ପାର୍ଥବ ମାଝୀ, ହିମାଞ୍ଚଳ ପୁଝାରୀ ସମେତ ସାହାଜଖୋଳ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ବିଭିନ୍ନ ଗ୍ରାମର ଲୋକେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.