ପ୍ରଗତି ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ସମୀପସ୍ଥ ରାଇସିଙ୍ଗପୁର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନର ଚତୁର୍ଦ୍ଦଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସ ପି ଶ୍ରୀ ଆନନ୍ଦ ବର୍ଦ୍ଧନ ଗୁରୁ, ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଅଜୟ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ,  ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ତାପସ ପରିମାଣିକ, ପ୍ରଗତି କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ଉଇଁଗ୍ସ ଅଧ୍ୟକ୍ଷା ଅର୍ସିଆ ସାଏଲା, ପ୍ରାଇମ ଅଧ୍ୟକ୍ଷ ଆକାଶ ନନ୍ଦ ଓ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ସର୍ବପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ମଶାଲର ଆଗମନ, ଶପଥ ଗ୍ରହଣ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଘୋଷଣା ପରେ ବାର୍ଷିକ କ୍ରୀଡ଼ାର ପ୍ରତିଯୋଗୀତାଗୁଡିକ ଆରମ୍ଭ ହୋଇଥିଲା । 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ ଜୀବନ ଗଠନ କରିବାରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କ୍ରୀଡା ଉତ୍ସବଟିକୁ ଶାରୀରିକ ଶିକ୍ଷକ ଶ୍ରୀ ଶଶୀଭୂଷଣ ଦାସ ପରିଚାଳନା କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମଟିରେ ଅଧ୍ୟାପକ ବିଦ୍ୟା ସାଗର ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.