ଦଣ୍ଡପାଟ କଲାର ସମାଜ ପକ୍ଷରୁ ସହସ୍ରବାହୁ ଅର୍ଜୁନ ଜୟନ୍ତୀ ପାଳିତ

କେବଳ ଶିକ୍ଷା ହିଁ ସମାଜକୁ ଅଗ୍ରଗତି କରାଇ ପାରିବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଶିକ୍ଷା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ; ଯାହା ବ୍ୟକ୍ତିଗତ, ସାମାଜିକ ଏବଂ ରାଷ୍ଟ୍ରର ବିକାଶ ପାଇଁ ଜରୁରୀ। ଶିକ୍ଷା କେବଳ ଜ୍ଞାନର ଉତ୍ସ ନୁହେଁ, ଏହା ବ୍ୟକ୍ତିର ଜୀବନକୁ ମଧ୍ୟ ଦିଶା ଦେଖେଇଥାଏ। କେବଳ ଶିକ୍ଷା ମାଧ୍ୟମରେ ଆମେ ଆମ ସମାଜକୁ ଅଗ୍ରଗତି କରାଇ ପାରିବା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷାର ଅଧିକାର ପାଇବା ଉଚିତ, ଯାହା ଦ୍ଵାରା ସେମାନେ ନିଜ ତଥା ସମାଜର ଭବିଷ୍ୟତକୁ ଉନ୍ନତ କରିପାରିବେ ବୋଲି ସହସ୍ରବାହୁ ଅର୍ଜୁନ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ କଲାର ସମାଜ ବେହେରା ପକ୍ଷରୁ କଲାର ସମାଜର ଇଷ୍ଟଦେବ ସହସ୍ରବାହୁ ଅର୍ଜୁନଙ୍କ ଜୟନ୍ତୀ ପାଳିତ ହେଇଯାଇଛି। ଗ୍ରାମର ବରିଷ୍ଠ ସଦସ୍ୟ ସୋମନାଥ ବିଶିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଧନୁର୍ଜୟ ବିଶି, କେଶବ ବିଶି, ଅଭିରାମ ବିଶି, ରବି ବିଶି, ନିଲାମ୍ବର ନାଏକ, ମାଧବ ବିଶି, ଫକିର ବିଶି, ପିକ ବିଶି, ପ୍ରଶାନ୍ତ ବିଶି, କୁଳମଣି ବିଶି, କୁଶ ବିଶି, ମନଧର ବିଶି, କେଦାର ବିଶି ପ୍ରମୂଖ ଜୟନ୍ତୀ ପାଳନରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.