ଅଣ ସଂଗଠିତ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ୍ ବିଭାଗ, କଳାହାଣ୍ଡିଙ୍କ ମିଳିତ ଆନୁକୁଲ୍ୟରେ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର ଜିଲ୍ଲାଶ୍ରମ କାର୍ଯ୍ୟାଳୟ କନଫରେନ୍ସ ହଲ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ତଥା ସଚେତନତା ଶିବିରରେ ଜିଲ୍ଲା ସହଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଅମିତ୍ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଅଣ ସଂଗଠିତ ନିର୍ମାଣ ଶ୍ରମିକ ମାନଙ୍କ ସଂଯୋଜକ ଶ୍ରୀ ଗଣେଶ ଡାକୁଆ ଉପସ୍ଥିତ ରହି କିପରି ଅନଲାଇନ ମାଧ୍ୟମରେ ଶ୍ରମିକ ପଞ୍ଜିକରଣ କରି ପାରିବେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ମାଗଣାରେ ରେଜିଷ୍ଟ୍ରେସନ କରିପାରିବେ ବୋଲି ସମସ୍ତଙ୍କୁ ବୁଝାଇଥିଲେ। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଶ୍ରୀ ବିଜୟ କୁମାର ସାହୁ, ବଣିଜ ସଂଘ, କଳାହାଣ୍ଡି ଶାଖା ସଭାପତି। ସେ କହିଥିଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହାର ବେନେଫିଟ ବାବଦରେ ଯୋଗ୍ୟ ହିତାଧିକାରୀ ପାଖରେ ପହଞ୍ଚିଇବାରେ ବଣିଜ ସଂଘ ସହଯୋଗ କରିବ। କଳାହାଣ୍ଡି ଜିଲ୍ଲା ବଣିଜ ସଂଘର ସଦସ୍ୟ ଶ୍ରୀ ଅବିନାଶ ଅଗ୍ରୱାଲ ଏବଂ ଶ୍ରୀ ସୁବାସ ଅଗ୍ରୱାଲ, ସାଇ କୁମାର ସିଂ ସାମନ୍ତ ଆଇ ଏବଂ ଆର ଏଡମିନ ମିନେରାଲ ଅଟୋ ମୋବାଇଲ ଭବାନୀପାଟଣା ତତ୍ ସଗେ ଶ୍ରୀ ମୁନା ପଟ୍ଟନାୟକ ଶ୍ରମିକ ନେତା ତଥା ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା, ବଳବନ୍ତ ନାୟକ, ବିକାଶ ନାୟକ, ସୁରେଶ ଚନ୍ଦନ ମଧ୍ୟ ଉପସ୍ଥିତ ରହି ଅଣସଂଗଠିତ ଶ୍ରମିକ ବିଷୟ ରେ ମତାମତ ଦେଇଥିଲେ। ଅନେକ ଶ୍ରମିକ ସଂଗଠନ ଏବଂ ଶ୍ରମିକ ମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଗଣେଶ ଡାକୁଆ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.