ବିଜେଡିକୁ ମନ୍ତ୍ରୀଙ୍କ କଟାକ୍ଷ; ୨୪ ବର୍ଷ ହେଲା ଶାସନ କିଏ କରୁଥିଲା 

ମାଆ ତାରାତାରିଣୀ ପୀଠକୁ ଗସ୍ତ କଲେ ଦୁଇ ମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖାଦ୍ୟ, ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦୁଇ ମନ୍ତ୍ରୀଙ୍କ ସମେତ ତିନି ବିଧାୟକ ତାରାତାରିଣୀ  ପୀଠକୁ ଗସ୍ତ କରି ପରଖିଲେ ସ୍ଥିତି. ମାଆଙ୍କ ନିକଟରେ କରିଲେ ପୂଜାର୍ଚନା|ମାଆଙ୍କ ପୀଠରୁ ହୋଇଥିବା ଚୋରି ଘଟଣାକୁ କରିଲେ ନିନ୍ଦା, କହିଲେ ଦୁର୍ଭାଗ୍ୟଜନକ |

ଚୋରି ଘଟଣାକୁ ନେଇ ରାଜ ନୀତି କରାନଯାଉ |ମନ୍ଦିରରେ ସିସିଟିଭି କିମ୍ବା କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ, ସୁରକ୍ଷା ଦାୟିତ୍ୱ କାହା ଦାୟିତ୍ୱରେ ଥିଲା…? କିଛି ନକରି ସାମ୍ବାଦିକ ସମ୍ମିଳନୀ କରି ଅଯଥା କଥା କହିବା, ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରି ରାଜନୀତି କରୁଛନ୍ତି ବୋଲି ବିଜେଡ଼ିକୁ ଆକ୍ଷେପ କରି କହିଲେ ପରି ବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା | ଯେତିକି କାରନାମା, ଦୁର୍ନୀତି ୨୪ ବର୍ଷ ରେ କରିଛନ୍ତି ତାହାର କୁପରିଣାମ ଏଇଟା ବୋଧ ହୁଏ ମାଆଙ୍କ ପୀଠରେ ଶେଷ ଥିଲା | ଏଣିକି ଆଉ ଏଭଳି ହେବାକୁ ଦିଆଯିବ ନାହିଁ | ସବୁ ପ୍ରକାର ସୁବ୍ୟବସ୍ଥା ସହ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଲେ ପରିବହନ ମନ୍ତ୍ରୀ | ଘଟଣାର ତଦନ୍ତ ଚାଲିଛି, ପୁଲିସ ଖୁବ ଶୀଘ୍ର ଦୁର୍ବୁତ୍ତଙ୍କୁ ଗିରଫ କରିବ ବୋଲି କହିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା |

୨୪ ବର୍ଷରେ ସବୁ ପ୍ରକାର ଜଘନ୍ୟ କାର୍ଯ୍ୟ କରିଛନ୍ତି.ଏବେ ଏବେ ସରକାରରୁ ଯାଇଛନ୍ତି, ତେଣୁ ଏମିତି କହୁଛନ୍ତି | ମାଆ ତାରାତାରିଣୀ ପୀଠର ସୁରକ୍ଷା ସହ ଅନ୍ୟାନ୍ୟ ସୁବ୍ୟବସ୍ଥା କରିବା ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆମେ ଆଲୋଚନା କରି ସୁ ବ୍ୟବସ୍ଥିତ କରାଯିବବୋଲିକହିଲେଖାଦ୍ୟ, ଯୋଗାଣ ଓ ଖାଉଟି ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର | ତେବେ ମନ୍ତ୍ରୀଙ୍କ ସହ ଖଲ୍ଲିକୋଟ ବିଧ୍ୟାୟକ ପୁର୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ, ଛତ୍ରପୁର ଏସ ପି ସୁଧାଂଶୁ କୁମାର ପାତ୍ର, ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇ ଆଇ ସି ବିପିନ ବିହାରୀ ହୋତା, ପୁରୁଷୋତ୍ତମ ପୁର ଥାନା ଷ୍ଟାଫ, ବ୍ଲକ ବିଡ଼ିଓ ମନୋଜ କୁମାର ନାୟଜ, ତହସିଲଦାର ବିନୋଦ କୁମାର ବେହେରା, ବିଜେପିର ବହୁ ନେତା କର୍ମୀ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.