ଏନଡିଆରଏଫ ଦଳ ପକ୍ଷରୁ ମହିଳା ମହାବିଦ୍ୟାଳୟରେ ବିପତ୍ତି କାଳୀନ ସମସ୍ୟାର ମୁକାବିଲା ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପ୍ରାକୃତିକ ବିପତ୍ତି ହେଉ କି ଅପ୍ରାକୃତିକ ବିପତ୍ତି ହେଉ , ଯେ କୌଣସି ବିପତ୍ତି କାଳୀନ ସମୟରେ ସମସ୍ୟାର ମୁକାବିଲା ପାଇଁ ଛାତ୍ରୀ ମାନେ କିଭଳି କୌଶଳ ତଥା ଉପାୟ ପ୍ରକାରେ କରିବାକୁ ହେବ ଏବଂ ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ , ସେ ସମ୍ପର୍କରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କଟକର ମୁଣ୍ଡଳୀ ଠାରେ ଥିବା ଏନଡିଆରଏଫ: ର ୩ୟ ବାଟାଲିୟନ ପକ୍ଷରୁ ଏକ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ଜରୁରୀ କାଳୀନ ବିଭାଗ ଆନୁକୁଲ୍ୟରେ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏନଡିଆରଏଫ: ଟିମ କମାଣ୍ଡର ସବ-ଇନ୍ସପେକ୍ଟର ଶ୍ରୀ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ ୪ ଜଣ ଏକ୍ସପାର୍ଟ ଆସି ଛାତ୍ରୀ ଓ ଅଧ୍ୟାପିକା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପତ୍ତି କାଳୀନ ସମସ୍ୟାର ମୁକାବିଲା କିଭଳି କରାଯାଇ ପାରିବ , ସେ ସମ୍ପର୍କରେ ଉପାଦେୟ ମୂଳକ ଉପାୟ ଉପରେ ସଚେତନ କରାଇବା ସହ ଉପାୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଚେତନ କର୍ମଶାଳା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।


ଜିଲ୍ଲା ଜରୁରୀ କାଳୀନ ବିଭାଗର ଶ୍ରୀମତୀ ଅଜିତା ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଏନଡିଆରଏଫ: ଟିମ୍ କମାଣ୍ଡର ସବଇନ୍ସପେକ୍ଟର ଶ୍ରୀ ବିବେକ କୁମାର ପାଣ୍ଡେ ଯୋଗ ଦେଇ ଛାତ୍ରୀ ମାନଙ୍କ ନିମନ୍ତେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଗୁରୁତ୍ୱର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ଓ ଅପ୍ରାକୃତିକ ବିପର୍ଯ୍ୟୟ କଣ , ବିପତ୍ତି ସମୟରେ କିଭଳି ସତର୍କତା ରହିବେ , ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବେ , ବନ୍ୟା , ବାତ୍ୟା , ଭୂମିକମ୍ପ , ଭୁ ସ୍ଖଳନ , ବଜ୍ରପାତ ବେଳେ କିଭଳି ସୁରକ୍ଷିତ ରହିବାକୁ ହେବ , କେଉଁ ଉପାୟ ଅବଲମ୍ବନ କଲେ ନିଜର ଓ ନିଜ ପରିବାର ସମେତ ସାଙ୍ଗସାଥୀ ଓ ଅନ୍ୟାନ୍ୟ ବିପର୍ଯ୍ୟସ୍ତ ଥିବା ସମୟରେ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବେ , ସେସବୁ ଉପରେ ଟିମ୍ କମାଣ୍ଡର ବୁଝାଇ ଥିବା ବେଳେ ଏନଡିଆରଏଫ: ଦଳର କନେଷ୍ଟବଳ ମାନେ ବିଭିନ୍ନ ବିପତ୍ତି ସମୟରେ କେଉଁ ଉପାୟ ଓ କୌଶଳ କିଭଳି ଭାବେ ଅବଲମ୍ବନ କରିବାକୁ ହେବ ତାହା ଡେମୋ ପ୍ରଦର୍ଶନ କରି ଦେଖାଇ ଥିଲେ ।
ଏଥି ସମେତ ପ୍ରାଥମିକ ଚିକିତ୍ସା , ଗ୍ୟାସ ସିଲିଣ୍ଡର ଜନିତ ଏବଂ ଅନ୍ୟାନ୍ୟ ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ପ୍ରତିକାର ବ୍ୟବସ୍ଥାର ଉପାୟ କିଭଳି କରାଯିବ , ତାହା ମଧ୍ୟ ବୁଝାଇ ଡେମୋ ପ୍ରଦର୍ଶନ କରି ଦେଖାଇଥିଲେ । ଏହି ଡେମୋ ପ୍ରଦର୍ଶନ ବେଳେ ଛାତ୍ରୀ ମାନେ ମଧ୍ୟ ଆଗ୍ରହ ଓ ସକ୍ରୀୟତାର ସହ ଅଂଶଗ୍ରହଣ କରିଥିଲେ ଏନଡିଆରଏଫ: ଦଳ ସହିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.