ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୋବର୍ଦ୍ଧନପୁର କ୍ଲଷ୍ଟର ଜାମଗୁଡ଼ା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ନଗେନ୍ଦ୍ର ନାଥ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଗୋବର୍ଦ୍ଧନପୁର କ୍ଲଷ୍ଟରର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର କ୍ଲଷ୍ଟର ସଂଯୋଜକ କୁମାର ଗୈାରବ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀପ୍ରିୟା ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅମରନାଥ ସ୍ବାଇଁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ତଥା କମର୍ଦ୍ଧା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର, ଗୋବର୍ଦ୍ଧନପୁର ପୁର୍ବତନ କ୍ଲଷ୍ଟର ସଂଯୋଜକ ତଥା ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ, ପୋଡ଼ାପଦର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମହୁଳତା ଦାସ, ମସ୍କାଗୁଡ଼ା କ୍ଲଷ୍ଟର ସଂଯୋଜକ ପ୍ରକାଶ କୁମାର ପ୍ରଧାନ, କଦମ୍ବଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ରଘୁନାଥ ଠାକୁର,ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟ ସହ ଶିକ୍ଷକ ନିଲାମ୍ବର ସରାଫ ପ୍ରମୁଖ ଯୋଗଦେଇ ଥିଲେ। ତେବେ ଶ୍ରୀ ପଟ୍ଟନାୟକ ଅନେକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀକୁ ଶିକ୍ଷାଦାନ କରିଥିବା ବେଳେ ସେ ଜଣେ ଉତ୍ତମ ଶିକ୍ଷକ, ମିଷ୍ଟଭାଷୀ,ମେଳାପି,ପରଉପକାରୀ ବ୍ୟକ୍ତି ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶିକ୍ଷୟିତ୍ରୀ କୁନ୍ଦୁଲା ବାରିକ, ସସ୍ମିତା ମିଶ୍ର,ଯୋଶବନ୍ତି ମାଝୀ,ସନ୍ଦ୍ୟାରାଣୀ ସାମଲ, ଶିକ୍ଷକ ଗୁଣନିଧି ଛତ୍ରିଆ, ଚିନ୍ତାମଣି ବିଶ୍ଵଳ, ଶରତଚନ୍ଦ୍ର ସାହାଣୀ, ସୁରେନ୍ଦ୍ର କୁମାର ବିଶ୍ବାଳ, ରଞ୍ଜନ କୁମାର ବୁଦ୍ଧିଆ,ବିରକିଶୋର ନାଏକ, ଗୈାର ମାଝୀ, ଦଳପତି ନାଏକ, ମହେଶ୍ଵର ମାଝୀ,ଶଶି ମାଝୀ, ରଞ୍ଜନ ଦୀପ, ବେଣୁଧର ଶବର, ରିଙ୍କୁ ମଲିକ, ଅରବିନ୍ଦ ଶବର, ବୈଷ୍ଣବ ବାଗ, ସୁଜିତ କୁମାର ସାହୁ, ସୁରେଶ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥି ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଦାୟୀ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।