ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ରବିବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଶିକ୍ଷକ ଓ କୋକସରା ଗୋଷ୍ଠୀଶିକ୍ଷା ବିଭାଗର ସମସ୍ୟାର ସମାଧାନ ପାଇଁ ଅଲ ଓଡିଶାପ୍ରାଥମିକ ଶିକ୍ଷକ ସଙ୍ଘ (ଏନପି ଏସ) କୋକସରା ର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ପହଞ୍ଚି ସ୍ଥାୟୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ,ଶିକ୍ଷକ ଭବନ ପାଇଁ ଜାଗା ଓ ଅନୁଦାନ ପ୍ରଦାନ,ଶିକ୍ଷକ ବଦଳି କୁ ସହଜ କରି ଅନ୍ୟ ଜିଲ୍ଲା ରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ନିଜ ଜିଲ୍ଲା କୁ ବଦଳି,ଅବସର ପରେ ଏନପିଇଏସ ବଦଳରେ ଓପିଏସ ଲାଗୁ କରିବା ଭଲି ଦାବୀ ଉଲ୍ଲେଖ କରାଯାଇଛି l ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ସଙ୍ଘର ଉପଦେଷ୍ଟା ସଞ୍ଜୀବ କୁମାର ପାଢ଼ୀ, ବୈକୁଣ୍ଠ ଜାଲ, ସାଧାରଣ ସମ୍ପାଦକ ବେଣୁଧର ନାଏକ,ସହସମ୍ପାଦକ ସନାତନ ପଣ୍ଡା ମେଡ଼ିଆ ସଂଯୋଜକ ଈଶ୍ୱରୀ ପ୍ରସାଦ ଅଗସ୍ତି ଉପସ୍ଥିତ ଥିଲେ l ବିଧାୟକ ଉକ୍ତ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ l