ମା’ ମାଉଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଝାରକୁଣ୍ଡାମାଲ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ କୋକସରାସ(ହିରଣ୍ୟ ବେହେରା): ଧର୍ମଗଡ଼ ବ୍ଲକ ତରାପୁର ପଞ୍ଚାୟତ କର୍ଲାକୋଟ ଖେଳ ପଡିଆ ଠାରେ ମା’ ମାଉଳୀ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ଚାଲିଥିବା ପଞ୍ଚଦିବସିୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ କର୍ଲାକୋଟ ଓ ଝାରକୁଣ୍ଡାମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳରେ ଝାରକୁଣ୍ଡାମାଲ ୧-୦ ଗୋଲ ସ୍କୋର କରି ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟ ର ଚମ୍ପିୟାନ ହୋଇଥିଲା।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଜୋନ ନଂ ୩ ଜିଲ୍ଳା ପରିଷଦ ସଭ୍ୟ ପ୍ରଣବ ପ୍ରକାଶ ଭଏଁସାଲ, ସଞ୍ଜୀପ ସାହୁ,ଭାସ୍କର ସୁନାନୀ,ସରୋଜ ସାହୁ, ଅଶ୍ୱିନ ସାହୁ, ଟିକୁ ପଣ୍ଡା, ମର୍ଦ୍ଧରାଜ ସରାଫ, ସୁଶାନ୍ତ ପଣ୍ଡା, ସଞ୍ଜୟ ପଣ୍ଡା, ମକରନ୍ଦ ଶବର, ଉପେନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଅବୋଧ ପଣ୍ଡା, ଆଶିଷ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ଖେଳକୁ ଆଦିତ୍ୟ ପଣ୍ଡା ପରିଚାଳନା କରିଥିବା ବେଳେ ଗଣପତି ପୁଝାରୀ ଓ ଅଜୟ ସରାଫ ଲାଇନ୍ସ ମ୍ୟାନ ଦାୟିତ୍ୱ ତୁଲେଇ ଥିଲେ। ଅନୁଷ୍ଠାନ ର ସଭାପତି ସନ୍ତୋଷ ଶବର, ସମ୍ପାଦକ ନିମାନ ବରିହା, ଉପସଭାପତି ଯଶୋବନ୍ତ ସରାଫ, ସହ ସମ୍ପାଦକ ସତ୍ୟନାରାୟଣ ଚଲାନ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ବାବୁଲାଲ ଶବର ଓ ସୁଦେଶ ଦୁରିଆ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଚନ୍ଦନ ପଣ୍ଡା, ଜନ୍ମେଜୟ ତାଣ୍ଡି,ଟଙ୍କଧର ବରିହା, ନବୀନ ସରାଫ, ଦୁଲ୍ଲବ ସରାଫ, ରାଜା ସରାଫ, ଟଙ୍କ ଶବର, ଦେବାଶିଷ ଧରୁଆ, ଦୟା, ନରେଶ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.