ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ଏହେସାସଙ୍କ ସଫଳତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସୁନାମଧନ୍ୟ କ୍ରୀଡାବିତ ଏହେସାସ ହୋତାଙ୍କ ସଫଳତା। ପଞ୍ଜାବ ଅମୃତସର ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟରେ ଚାଲିଥିବା ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସ ହୋତାଙ୍କୁ ମିଳିଛି ଏହି ସଫଳତା। ୫ ନଭେମ୍ବରରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ସର୍ବ ଭାରତୀୟ ପ୍ରତିଯୋଗିତାରେ ଦେଶର ୨୦୭ ଗୋଟି ବିଶ୍ୱ ବିଦ୍ୟାଳୟରୁ ବିଭିନ୍ନ ବର୍ଗରେ ୧୮୦୦ ଜଣ ଭାଗନେଇଥିବାବେଳେ ଏହେସାସ ସମ୍ବଲପୁର ବିଶ୍ୱ ବିିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଇକଣ୍ଡୋର ପୁମସେ ବର୍ଗରେ ଏହେସାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁର୍ବରୁ ୨୦୧୯ ମସିହାରେ ମଧ୍ୟ ସର୍ବ ଭାରତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପ୍ରତିନିଧିତ୍ୱ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେ ଅନେକ ଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ, ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ସାଉଁଟି ସାରିଛନ୍ତି। ଏହେସାସଙ୍କ ଏହି ସଫଳତା ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର, ରେଜିଷ୍ଟାର ନୃପରାଜ ସାହୁ ସ୍ପୋର୍ଶ ଡାଇରେକ୍ଟର ଅଭିନାଶ କର, ସ୍ପୋର୍ଶ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ, ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ, କୋଚ ରାମ କୁମାର ସାହୁ, ବରଗଡ ଇମ୍ପାରିଆଲ କଲେଜର ମେନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ, ଅଧ୍ୟକ୍ଷ ଦୁର୍ଗେଶ ଶତପଥି, ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ ରଂଜନ ମିଶ୍ର, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶ ଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ଜାନୁୟାରୀ ମାସରେ ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ପାଇଁ ଅମୃତସରରେ ଟ୍ରାଏଲ ହେବାକୁଥିବାବେଳେ ସେଥିରେ କିଭଳି ସଫଳତା ହାସଲ କରି ଆସନ୍ତା ଜୁଲାଇ ୨୦୨୫ ରେ ଜର୍ମାନରେ ହେବାକୁ ଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେଥିପାଇଁ ସେ ଲକ୍ଷ ରଖିଥିବା ଏହେସାସ ପ୍ରତିକ୍ରିୟା ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.