ଡିକେ ରାଇସ୍ ମିଲ୍ ନୁନମାଟ୍ ଠାରେ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ କଥାମୃତ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଡିକେ ରାଇସ୍ ମିଲ୍ ନୁନମାଟ୍ ଠାରେ ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜଙ୍କ ଦ୍ବାରା ଚାଲିଛି ଶ୍ରୀମଦ୍ ଭଗବତ କଥାମୃତ। ପରମ ପବିତ୍ର ହରି କଥା ଶୁଣି ତଲ୍ଲୀନ ହୋଇ ଉଠୁଛନ୍ତି ଭକ୍ତ ମଣ୍ଡଳୀ। କଥାବାଚକ ଆଶିର୍ବାଦଜୀ ମହାରାଜ ବିଭିନ୍ନ ଶ୍ଲୋକ, ଭଜନ ଜଣାଣ ସହ ବିଭିନ୍ନ ପୌରାଣିକ ପ୍ରସଙ୍ଗ ମାଧ୍ଯମରେ ଅତି ସୁନ୍ଦର ଭାବରେ ପ୍ରବଚନ ପ୍ରଦାନ କରୁଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ନଭେମ୍ବର ୧୦ ତାରିଖରୁ ନୁନମାଟ ସ୍ଥିତ ଡିକେ ରାଇସ୍ ମିଲ୍ ପରିସରରେ ଶ୍ରୀମଦ୍ ଭଗବତ କଥାମୃତ ଆରମ୍ଭ ହୋଇଥିବା ବେଳେ ଏହା ୧୬ ତାରିଖ ପର୍ଯ୍ୟନ୍ତ ପ୍ରତହ୍ୟ ଅପରାହ୍ନ ୩ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ମଦନଲାଲ ଏଣ୍ଡ ସନସ ଓ ରାଜକୁମାର, ସଞ୍ଜୟ ଏବଂ ଆଶିଷ ଏହି ଦିବ୍ୟ କାର୍ଯ୍ୟକ୍ରମର ଆୟୋଜକ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.