ଗଞ୍ଜାଇ ଚାଷ ଛାଡ଼ି ବିକଳ୍ପ ଚାଷ କରିବାକୁ ଗଜପତି ଏସପିଙ୍କ ଆହ୍ବାନ

ଗଞ୍ଜାଇ ଚାଷ ନିବାରଣ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ଆର. ଉଦୟଗିରି, ମୋହନା ଓ ଅଡବା ଥାନା ଅଞ୍ଚଳର ଆଦିବାସୀ ବହୁଳ ଦୁର୍ଗମ ଜଙ୍ଗଲ ଅଞ୍ଚଳ ମାନଙ୍କରେ ବ୍ୟାପକ ଭାବେ ଗଞ୍ଜାଇ ଚାଷ ହେଉଛି, ପାହାଡ ଓ ଜଙ୍ଗଲ ଭରା ଅଞ୍ଚଳ ସୁଯୋଗ ନେଇ ସଂପୃକ୍ତ ଅଞ୍ଚଳରେ ଗଞ୍ଜାଇ ଚାଷ କରାଯାଉଛି ।ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ଆଉ ଗଞ୍ଜାଇ ଚାଷ ନ କରିବାକୁ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଆହ୍ବାନ କରିଛନ୍ତି । ଏହି ଅବସରରେ ମୋହନା ବ୍ଲକ୍ ଚନ୍ଦ୍ରଗିରି ସ୍ଥିତ ପୋଲିସ୍ ଫାଣ୍ଡି ପରିସରରେ ଗଞ୍ଜାଇ ଚାଷ ନିବାରଣ ଉପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପାଇକଙ୍କ ସଭାପତିତ୍ବରେ ଗଜପତି ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଗଞ୍ଜାଇ ଚାଷ କରିବା ଦ୍ଵାରା ସ୍ଥାନୀୟ ଲୋକ ଓ ଯୁବପିଢି ଙ୍କ ସମସ୍ୟା ଉପରେ କହି ଗଞ୍ଜାଇ ଚାଷ କରିବାର ଅପକାରିତା ତଥା କୁପରିଣାମ, ସେଥିପାଇଁ ରହିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥା:- ଏନଡିପିଏସ ଆକ୍ଟ ଅନୁଯାୟୀ ଗଞ୍ଜାଇ ଚାଷ ହେଉଥିବା ଜମି ମାଲିକ, ଗଞ୍ଜାଇ ଚାଷୀ, ଗଞ୍ଜାଇ ଚାଲାଣକାରୀ ଓ ଗଞ୍ଜାଇ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା, ଏଥିସହ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଗଞ୍ଜାଇ ଚାଷ ଅଞ୍ଚଳରେ ମିଳିତ ଚଢାଉ କରାଯାଇ ହଜାର ହଜାର ଏକର ଜମିରେ ହୋଇଥିବା ଗଞ୍ଜାଇ ଚାଷକୁ ସମ୍ପୂର୍ଣ ଭାବେ ନଷ୍ଟ କରି ଦିଆଯିବା ଏବଂ ଏହି ଗଞ୍ଜାଇ ଚାଷର ବିକଳ୍ପ ଭାବେ ରହିଥିବା ଚାଷ ଯଥା:- ଆଳୁ ,ବିରି , ମୁଗ , ମକା , ଆଖୁ ଓ ଧାନ, କାଜୁ, ବାଯାରା, ମାଣ୍ଡିଆ ସମେତ ଋତୁ-ଭିତ୍ତିକ ବିଭିନ୍ନ ପନିପରିବା ଚାଷ ମଧ୍ୟ ଜୀବନ ଜୀବିକା ପାଇଁ ଚାଷ କରା ଯାଇପାରିବ ବୋଲି କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ଅନ୍ୟ ପକ୍ଷରେ ଯେଉଁ ଚାଷ କରିବେ ସେଥିପାଇଁ ଅଧିକ ଜାଣିବା ପାଇଁ ବ୍ଲକ୍ ପ୍ରଶାସନ ଏବଂ କୃଷି ବିଭାଗ କୁ ଯାଇ ପରାମର୍ଶ କରିବା ପାଇଁ ଏବଂ ସେ ଦିଗରେ ଆବଶ୍ୟକ ସହାୟତା ମିଳିପାରିବ ବୋଲି କହିଥିଲେ। ରା. ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳର ପିଆରଆଇ ଜନପ୍ରତିନିଧି ମାନଙ୍କ ସମେତ କେତେକ ଗ୍ରାମର ଅଧିବାସୀ ମାନଙ୍କୁ ନେଇ ଏହି ଗଞ୍ଜାଇ ଚାଷ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏମାନେ ଏଠାରୁ ଯାଇ ଯେଉଁ ଅଞ୍ଚଳରେ ଗଞ୍ଜାଇ ଚାଷ ହେଉଛି , ସେ ଅଞ୍ଚଳର ଲୋକ ଓ ଚାଷୀ ମାନଙ୍କୁ ବୁଝାଇ ସଚେତନ କରାଇବେ । ଏତେ ସବୁ ସଚେତନତା ଓ କୁହାଯିବା ସତ୍ତ୍ୱେ ଯଦି ସଂପୃକ୍ତ ଅଞ୍ଚଳ ମାନଙ୍କରେ ଗଞ୍ଜାଇ ଚାଷ ଜାରୀ ରହେ , ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିସହ ଆଜିଠାରୁ ରା. ଉଦୟଗିରି , ମୋହନା ଏବଂ ଅଡବା ଥାନାର ଥାନାଧିକାରୀ ମାନେ ସଦଳବଳେ ଗଞ୍ଜାଇ ଚାଷ ହେଉଥିବା ଅଞ୍ଚଳ ପେଟ୍ରୋଲିଙ୍ଗ କରିବେ । ଏହା ପରେ ଆସନ୍ତା ସପ୍ତାହକ ମଧ୍ୟରେ ଗଞ୍ଜାଇ ଚାଷ ଅଞ୍ଚଳକୁ ଯାଇ ଗଞ୍ଜାଇ ଗଛ ନଷ୍ଟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ଆର:ଉଦୟଗିରି ଏସଡିପିଓ: ଶ୍ରୀ ଅଶ୍ୱିନୀ କୁମାର ନାୟକ, ମୋହନା ଥାନାଧିକାରୀ ଶ୍ରୀ ବସନ୍ତ ସେଠୀ ଏବଂ ଅଡବା ଥାନାଧିକାରୀ ଶ୍ରୀ ଶୁଭ୍ରାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଉପରୋକ୍ତ ଥାନା ଅଞ୍ଚଳର ସମସ୍ତ ପିଆରଆଇ: ଜନ ପ୍ରତିନିଧି ଏବଂ କେତେକ ଗ୍ରାମର ଅଧିବାସୀ ମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.