ସୋନପୁର ସହରରେ ସଞ୍ଜ ନଇଁଲେ ରାଜୁତି କରୁଛି ଅନ୍ଧାର

ମେନଟେନାନ୍ସ୍ ଅଭାବରୁ ଷ୍ଟ୍ରିଟ ଲାଇଟ୍ ବନ୍ଦ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମନ୍ଦିର ମାଳିନୀ ସୋନପୁର ସହରରେ ବର୍ତ୍ତମାନ ସଞ୍ଜ ନଇଁଲେ ରାଜ କରୁଛି ଅନ୍ଧାର। ବହୁଦିନରୁ ସବୁ ଆଡ଼େ ଷ୍ଟ୍ରିଟ ଲାଇଟ୍ ଜଳୁ ନ ଥିବାରୁ ଅନ୍ଧାରରେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଲୋକେ। ସବୁଆଡେ ଖାଁ ଖାଁ ଲାଗୁଛି। କେହି ଶୁଣୁନି କାହାର କଥା, ସତେ ଯେମିତି ପ୍ରଶାସନ କି ରାଜନେତା କେହି ନାହିଁ ମୂରବୀ ବିହୀନ ଜିଲ୍ଲା କହୁଛନ୍ତି ବାହାରର ପର୍ଯ୍ୟଟକ ତଥା ସ୍ଥାନୀୟ ଜନସାଧାରଣ। ଲାଇଟ୍ ଗୁଡ଼ିକ ମେନଟେନାନ୍ସ୍ ଅଭାବରୁ ଜନଗହଳି ପୂର୍ଣ୍ଣ ସହରର ବସଷ୍ଟାଣ୍ଡ ସମେତ ମୁଖ୍ୟ ମାର୍କେଟ ରାସ୍ତା ଗୁଡିକ ଅନ୍ଧାର ଘେରରେ ରହୁଛି। ନଳିନୀ ଛକରୁ ତେଲ ନଦୀ ବ୍ରିଜ ଛକ, ବ୍ଲକ ଛକରୁ କୁଞ୍ଜ ଛକ, ତହସିଲ ଛକରୁ ଆରଟିଓ ଅଫିସ ଛକ ସମେତ ସମସ୍ତ ୱାର୍ଡ ର ଗଳିକନ୍ଦି ରାସ୍ତା ମଧ୍ଯ ଅନ୍ଧାର। ପବିତ୍ର କାର୍ତ୍ତିକ ମାସରେ ସମସ୍ତ ମନ୍ଦିର ରାସ୍ତା ମାନଙ୍କରେ ମଧ୍ୟ ଅନ୍ଧାର ରାଜ କରୁଛି। ମେଣ୍ଟେନାନ୍ସ ଅଭାବରୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ସହରୀକରଣ ଆଲୋକ ବ୍ୟବସ୍ଥା। ସୋନପୁର ମ୍ୟୁନିସପାଲିଟି ଆଲୋକିକରଣ ବ୍ୟବସ୍ଥା ବଜାଜ କମ୍ପାନୀ ଠିକା ନେଇଥିବା ବେଳେ ଭୁବନେଶ୍ବରର ଗ୍ଲାଡିଅରସ୍ ନାମକ ସଂସ୍ଥାକୁ ଦାୟିତ୍ଵ ପ୍ରଦାନ କରିଛି। ଉକ୍ତ ସଂସ୍ଥା ଅଧୀନରେ ତିନିଜଣ ଅସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ସେମାନେ ଦୀର୍ଘ ତିନି ମାସ ହେଲା ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ପୁଣି କମ ଦରମାରେ କାମ କରିବା ପାଇଁ କମ୍ପାନୀ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି କର୍ମଚାରୀ। ଏଠି ପ୍ରଶ୍ନ ଉଠେ ଯେ ଲୋକ ଙ୍କ ସେବା ପାଇଁ ନେତା ନେତ୍ରୀ ମାନେ ନିର୍ବାଚିତ ହୋଇଛନ୍ତି ନା ଶୋଷଣ ଲୁଣ୍ଠନ ପାଇଁ। ଏଠି ପବ୍ଲିକ ବି ସବୁବେଳେ ଚୁପ୍। କେବଳ ଚା ଖଟିରେ ଚର୍ଚ୍ଚା ଚାଲିଥାଏ। ସାମ୍ବାଦିକ ମାନେ ଲେଖିଦେଲେ ସବୁ ସମାଧାନ ବୋଲି କେବଳ ଚର୍ଚ୍ଚା କରିବେ ସବୁଠି। ଦୀର୍ଘ ବର୍ଷରୁ ଏଠି ଗୋଳିଆ ରାଜନୀତି ପାଇଁ ସବୁ ବିଭାଗ ରେ ଅଳିଆ। ଏହା ବି ଚର୍ଚ୍ଚା ହୁଏ ଲୋକଙ୍କ ଯେ,ସୋନପୁର ସହର ଓ ଜିଲ୍ଲା ପାଇଁ ସାହା ଭରଷା ସେଇ ଏକା କାଳିଆ। ସେପଟେ ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇ ସୋନପୁର – ବଲାଙ୍ଗୀର ରାସ୍ତା ର ଝିଙ୍କିଟିକ୍ରା ପର୍ଯ୍ୟନ୍ତ ଏଵଂ ସୋନପୁର – ବିନିକା ରାସ୍ତାର କଳାପଥର ଛକ ପର୍ଯ୍ୟନ୍ତ କୋଠାବାଡି ନିର୍ମାଣ ସହ ଲୋକ ରହୁଥିବା ବେଳେ ମ୍ୟୁନିସିପାଲଟି ମୁଖ୍ୟ ରାସ୍ତା କଡ଼ରେ ସାମାନ୍ୟ ଲାଇଟ୍ ସୁବିଧା ମଧ୍ୟ କରିପାରୁ ନାହିଁ। ଯେଉଁ ଅଧା ରାସ୍ତା ପର୍ଯ୍ୟନ୍ତ ଲାଇଟ ଲାଗିଛି କେଉଟା ରାସ୍ତା କୁ ତ କେଉଁଟା ଆକାଶ କୁ ତ କେଉଁଟା ସତେ ଯେପରି ଏପାଖ ସେପାଖ ଅନାଉଛି ପୁଣି ଭଲ ଭାବରେ ଦେଖିଲେ କେଉଁଟା ନିଜ ଉପରକୁ ମାଡି ବସିଲା ଭଳିଆ ଦିଶୁଛି। ତୁରନ୍ତ ଜନସାଧାରଣ ଙ୍କ ମୌଳିକ ଅଧିକାର ମ୍ୟୁନିସପାଲିଟି ଯୋଗାଇ ଦେବା ପାଇଁ ସହରବାସୀ ଦାବୀ କରୁଥିବା ବେଳେ ବୁଦ୍ଧଜୀବୀମାନେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.