ସମାଜ ପରିବର୍ତ୍ତନରେ ସାହିତ୍ୟର ଅବଦାନ ଅତୁଳନୀୟ – ଡ. ହରିହର କାନୁନଗୋ

ଓଡ଼ିଆ ବାର୍ତ୍ତା/ କଟକ: ସାହିତ୍ୟିକମାନେ ବଳିଷ୍ଠ ସାହିତ୍ୟ ସୃଷ୍ଟି ପାଇଁ ସାଧନାରତ ହେବା ନିହାତି ଆବଶ୍ୟକ। କାରଣ ଏଭଳି ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ। କଟକ ଶ୍ରୀରାମଚନ୍ଦ୍ର ଭବନରେ ବାଲେଶ୍ୱରର ‘ସାହିତ୍ୟିକ କବିବନ୍ଧୁ ପରିବାର’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ପ୍ରଫେସର ଡ. ହରିହର କାନୁନଗୋ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ଆଲୋଚନାଚକ୍ର, ପ୍ରତିଭା ପୂଜନ, ପତ୍ରିକା ଓ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ଡ. ନିରଞ୍ଜନ ସାହୁ ମୁଖ୍ୟବକ୍ତା, ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ୱାଳ, ଡ. ସୁଷମା ମିଶ୍ର ଓ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ସମ୍ମାନିତ ଅତିଥି, ଡ. ରବିନାରାୟଣ ପଣ୍ଡା ସମ୍ମାନିତ ବକ୍ତା, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ବରେଣ୍ୟ ଅତିଥି ଓ ଡ. କୃଷ୍ଣଚନ୍ଦ୍ର ପାତ୍ର ବରେଣ୍ୟ ବକ୍ତା ରୂପେ ଯୋଗଦେଇଥିଲେ।

ସଂପାଦିକା ପ୍ରଣତି ମହାପାତ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ହେମନ୍ତ କୁମାର ସାହୁ।

ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରୀତା ଅପରାଜିତା ମହାନ୍ତି ଓ ବିଦ୍ୟାଧର ଖଟୁଆ ସଂଯୋଜନା କରିଥିଲା ବେଳେ ବିଷ୍ଣୁପ୍ରିୟା ପଣ୍ଡା ଶାନ୍ତିପାଠ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। କବିମାନଙ୍କୁ ପ୍ରଶଂସାପତ୍ର ଓ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.