ଓଲଟିଲା କାର୍, ବାପ-ପୁଅ ମୃତ

ନୂଆପଡା,୩/୧୨: ନୂଆପଡ଼ା ଜିଲ୍ଲା ଲଖନା ଥାନା ଦଲଦଲି ନିକଟରେ ଗତ ରାତି୮ଟାରେ ଏକ କାର ଦୁର୍ଘଟଣାରେ ବାପା-ପୁଅର ମୃତ୍ୟୁ ଘଟିଛି। ଏଥିସହ ଶାଶୁ-ବୋହୂ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ବାପା ଅମରେନ୍ଦ୍ର ସିଂ ଓ ପୁଅ ଅମିତ। ଏମାନେ ହେଲେ ଛତିଶଗଡ ରାଜ୍ୟ ଭିଲାଇ ନିକଟ ଚାରୋଦା ଗାଁର। ଓଡ଼ିଶାକୁ କୌଣସି କାମରେ ଆସି ଫେରୁଥିବା ବେଳେ ରାସ୍ତା ଅବସ୍ଥା ଖରାପ ଥିବା ଏବଂ ଗାଡିଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତ ଶାଶୁ ବୋହୂଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.