ପୁରୁଷୋତ୍ତମପୁରରେ ଯୁବ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ତହସିଲ ଅଫିସ ସମ୍ମୁଖରେ ଥିବା ସ୍ବର୍ଗତ ଅରୁଣ କୁମାର ମହାନ୍ତି ଙ୍କ ବଡ଼ ପୁଅ ସନ୍ତୋଷ କୁମାର ମହାନ୍ତି ଯିଏକି ପେଷା ରେ ଜଣେ ଓକିଲ ଓ ବ୍ୟବ ସାୟୀ ଅଟନ୍ତି | ସନ୍ତୋଷ ଗତକାଲି ରାତ୍ର ଆଠ ଘଣ୍ଟ ସମୟରେ ହୋଟେଲ ପାରିଜାତ ରୁ ଖାଇ ବାଇକ ରେ ବସି ଘରକୁ ଫେରିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଦୁର୍ବୁତ୍ତ ତାଙ୍କୁ ହକି ଷ୍ଟିକ ରେ ମୁଣ୍ଡକୁ ଓ ଗୋଡ଼କୁ ପିଟି ଚାଲିଥିଲେ | ଷ୍ଟିକ ର ଆଘାତ ରେ ସେ ଗାଡି ଉପରୁ ତଳେ ମୁହଁମାରି ପଡି ଯାଇଥିଲେ | ଏବଂ ସେ ତଳେ ପଡିଯିବା ପରେ ଦୁର୍ବୁତ୍ତ ମାନେ ସେଠାରୁ ପଳାଇ ଯାଇଥିଲେ | ସନ୍ତୋଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ବେଳେ ସେଠିକାର କିଛି ଲୋକତାଙ୍କୁ ପୁରୁଷୋତ୍ତମ ପୁର ମେଡିକାଲ କୁ ନେଇ ଚିକିତ୍ସା କରିଥିଲେ | ଏବଂ ସନ୍ତୋଷ ଙ୍କ ଅବସ୍ଥା ଗୁରୁ ତରହୋଇ ଥିବାରୁ ତାଙ୍କୁ ସଂଗେସଂଗେ ବ୍ରହ୍ମପୁର ବଡ଼ ମେଡିକାଲ କୁ ନେଇ ଚିକିତ୍ସା କରାଯାଉଛି | ଏନେଇ ତାଙ୍କ ପରିବାର ତରଫରୁ ପୁରୁଷୋତ୍ତମପୁର ଥାନାରେ ଏଫଆୟାର ଦେଇ ଛନ୍ତି | କୌଣସି କାରଣରୁ ଏହି ଆକ୍ରମଣ ଘଟିଲା ତାହା ପୋଲିସ ତଦନ୍ତ ପରେ ଜଣା ପଡିବ | ତେବେ ସନ୍ତୋଷ ଜଣେ ଭଦ୍ର ଓ ଶାନ୍ତ ସରଳହୋଇଥିଲା ବେଳେ ତାଙ୍କୁ କଣ ପାଈଁ ଏହି ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କଲେ ତାହାରକାରଣ ଅସ୍ୱଷ୍ଟ ରହିଛି | ତେବେ ପୋଲିସ ଏହିଘଟଣା ର ତଦନ୍ତ କଲା ପରେ ପ୍ରକୃତ କଥା ବାହାରି ପଡିବ |ତେବେ ସନ୍ତୋଷ ଙ୍କ ପରିବାର ଏଫଆୟାର ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରି ଆସିଛନ୍ତି | ଏବଂ ସନ୍ତୋଷ ଙ୍କ ପରିବାର ଙ୍କ ଆଧାର ରେ ପୋଲିସ ଦୁଈ ଜଣ ଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛନ୍ତି | କଥା ଯାହାବି ହେଉନା କାହିଁକି ଜଣେ ଯୁବ ଆଇନ ଯିଵିଙ୍କୁ ମାରଣାନ୍ତକ ଆକ୍ରମଣ କରିବାକୁ ପୁରୁଷୋତ୍ତମପୁର ବାର ଏସୋସିଏସନ ର ସଭାପତି ସ୍ଵରାଜ୍ୟ ପାଣିଗ୍ରାହୀ ଙ୍କ ସହିତ ସମ୍ପାଦକ, ଉପସଭାପତି, ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହି ଘଟଣା କୁ ଦୃଢ଼ ନିନ୍ଦା କରିବାସହ ପୋଲିସ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କୋର୍ଟକୁ ପଠାଇବା ବାକୁ ଦାବି କରି ଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.