ଅସହାୟ ଶିଶୁଙ୍କ ଘରେ ପହଞ୍ଚିଲା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି କୀର୍ତ୍ତିପୂର ଗାଁର ଅସହାୟ ଶିଶୁ ପରିଧି ମହାନନ୍ଦ ଘରକୁ ଆଜି ପହଞ୍ଚିଲା ଜିଲ୍ଲା ପ୍ରଶାସନ। ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ସମ୍ପାଦିକା ସୁଶ୍ରୀ କୁମୁଦିନୀ ମୁଦୁଳିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ ସମିତି ଏବଂ ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ମିଳିତ ଉଦ୍ୟମରେ ଉକ୍ତ ଘଟଣାକୁ ଗୁରୁତର ବିଚାର କରି କୀର୍ତ୍ତିପୂର ଗାଁର ଅସହାୟ ଶିଶୁ ପରିଧି ମହାନନ୍ଦ ଘରକୁ ଯାଇଥିଲେ। ଶିଶୁଟି ବାପା ଓ ମା କୁ ହରାଇ ଅଜା ଓ ଆଈ ପାଖରେ ରହି ପାଠ ପଢୁଅଛି କିନ୍ତୁ ଅଜା, ଆଈ ଦୁଇ ଜଣ ବାର୍ଦ୍ଧକ୍ୟ ଥିବାରୁ ଶିଶୁଟିର ଭରଣ ଓ ପୋଷଣ ପାଇଁ ଅସମର୍ଥ ତେଣୁ ଘଟଣାଟିର ଗୁରୁତ୍ଵ ବିଚାର କରି ଶିଶୁ ମଙ୍ଗଲ ସମିତି, ସୁବର୍ଣ୍ଣପୁର ପୃଷ୍ଠପୋଷକତା ସହାୟତା ପଦକ୍ଷେପ ପାଇଁ ଘୋଷଣା କରିଥିଲେ। ଏହିପରି ଗ୍ରାମର ବିଧବା ମହିଳା ପୂର୍ଣ୍ଣମାସୀ ମହାକୁର ,ପ୍ରମିଳା ଦଣ୍ଡିଆ, ଶାନ୍ତି ସୁନା ଏବଂ ବୀଣାପାଣି ପଣ୍ଡାଙ୍କ ଘରକୁ ମଧ୍ୟ ଯାଇ, ଉକ୍ତ ପରିବାରର ଅସହାୟ ଶିଶୁ ମାନଙ୍କ ବିଷୟରେ ଉପଯୁକ୍ତ ତଦନ୍ତ କଲାପରେ ଶିଶୁ ମଙ୍ଗଲ ସମିତିରେ ବ୍ୟକ୍ତିଗତ ଭାବରେ ଶିଶୁ ମଙ୍ଗଲ ସମିତିର ସଭ୍ଯ ଶ୍ରୀଯୁକ୍ତ ଶାନ୍ତନୁ କୁମାର କର୍ଣ୍ଣ ଏବଂ ଶ୍ରୀଯୁକ୍ତ ହେମନ୍ତ କୁମାର ସା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ମେହେର ଓ ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସିଂ ଙ୍କ ଉପସ୍ଥିତିରେ ଉପସ୍ଥାପନ କରଯାଇଥିଲା। ତେଣୁ ଘଟଣାଟି ଗୁରୁତର ବିଚାର କରି ଉପଯୁକ୍ତ ତଦନ୍ତ କଲାପରେ ସୁବର୍ଣ୍ଣପୁର ଶିଶୁ ମଙ୍ଗଲ ସମିତି ପୃଷ୍ଠପୋଷକତା ସହାୟତା ପଦକ୍ଷେପ ନେବାପାଇଁ ଘୋଷଣା କରିଥିଲେ। ଗ୍ରାମର ଅଙ୍ଗନ୍ବାଡି କର୍ମୀ ଶ୍ରୀମତୀ ଅମ୍ବିତା କଲତା ଉକ୍ତ ତଦନ୍ତ ସମୟରେ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.