ବୈକୁଣ୍ଠ ବେମାଲ ପାଇଲେ OUWJ ଶିକ୍ଷା ସମ୍ମାନ ୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ହିଲ୍ ଟାଉନ୍ ସ୍ଥିତ ଏସ୍.ଏନ୍. କନଫରେନ୍ସ ହଲ୍ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (Organization Of United Working Journalists – OUWJ) କଳାହାଣ୍ଡି ଶାଖା ତରଫରୁ ଆୟୋଜିତ “ଜାତୀୟ ପ୍ରେସ ଦିବସ” ଅବସରରେ “Truth & Democracy” ଉପରେ ହୋଇଥିବା ସେମିନାରର ଭବ୍ୟ ସମାରୋହରେ ଭବାନୀପାଟଣା ବ୍ଲକରେ କାର୍ଯ୍ୟରତ ସି.ଆର.ସି.ସି. ତଥା ଶିକ୍ଷକ ବୈକୁଣ୍ଠ ବେମାଲଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଅସାଧାରଣ କୃତିତ୍ୱ ଓ କାର୍ଯ୍ୟ ଦକ୍ଷତା ନିମନ୍ତେ “ଶିକ୍ଷାବିତ୍ ସମ୍ମାନ ୨୦୨୪”(OUWJ & IMC) ରେ ସମ୍ମାନୀତ କରାଯାଇଛି।

Omkar Vasthu
Omkar Vasthu

ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟବକ୍ତା ଭାବରେ ରାଜ୍ୟ ସଭାପତି (Organisation of United Working Journalists (OUWJ & IMC ) ସଞ୍ଜୟ ଦାସ, ସମ୍ମାନୀତ ଅତିଥି ଭାବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ଉପସଭାପତି ରଜନୀକାନ୍ତ ସାମନ୍ତରାୟ, ଜିଲ୍ଲା ସଭାପତି ଦୀପକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଶିଷ୍ଟ ସମାଜସେବୀ ବାବୁଲି ମଣ୍ଡଳ, ଦୀପକ ସହୁ, କୁଳଦୀପ ମୁଣ୍ଡା ଏବଂ ଶ୍ରେଷ୍ଠ ସାମ୍ବାଦିକ ଭାବରେ ଓଟିଭି ଜିଲ୍ଲା ପ୍ରତିନିଧି ରାଜକୁମାର ସିଂଦେଓଙ୍କୁ ସମ୍ମାନିତ କରି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ମାନିତ କରିବା ସହ ନୂତନ ସାମ୍ବାଦିକମାନଙ୍କୁ ସଦସ୍ୟତା ପ୍ରଦାନ କରି ନିଜନିଜ ବକ୍ତବ୍ୟରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକଙ୍କ ଭୂମିକା ଓ ସତ୍ୟର ଅନୁସନ୍ଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ସଂଘର ସମ୍ପାଦକ ମନୋଜ କୁମାର ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସାମ୍ବାଦିକ କୁଞ୍ଜବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ସଂଘର ଏଭଳି ପ୍ରତିଭା ଅନ୍ଵେଷଣର ଅଭିନବ ପ୍ରୟାସ ସର୍ବସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.