ଜାତୀୟ ପ୍ରେସ ଦିବସରେ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ କ୍ଷମାନିଧି ମହାଖୁଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ‘ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି ଲାଞ୍ଜିଗଡ଼ ପ୍ରେସ କ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ଼। ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସହବନ୍ଧିତ କଳାହାଣ୍ଡି ସାମ୍ବାଦିକ ୟୁନିୟନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କଳାହାଣ୍ଡି ସାମ୍ୱାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ରଙ୍କ ଉପସ୍ଥିତରେ ଏହି ଯୁବ ପ୍ରତିଭା ସମ୍ମାନ ଦିଆଯାଇଛି। ଶ୍ରୀ ମହାଖୁଡ଼ ୨୦୧୬ ମସିହାରେ ଲାଞ୍ଜିଗଡ଼ ବ୍ଳକରେ ଗଣମାଧ୍ୟମ ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖକୁ ପହଞ୍ଚି ବିଭିନ୍ନ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଶହ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗମନାଗମନ, ବିଜୁଳି ଭଳି ବିଭିନ୍ନ ସମସ୍ୟା ର ସମାଧାନ କରୁଛନ୍ତି। ଏ ନେଇ ବାରମ୍ବାର ଖବର ପରିବେଷଣ କରି ଚର୍ଚ୍ଚାର ପରିସରରେ ଆସି ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଲୋକଙ୍କୁ ସେବା ଯୋଗାଇ ଦେବା ଭଳି ମହତ କାର୍ଯ୍ୟ କଳାପକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାରେ ଥିବାବେଳେ ଶ୍ରୀ ମହାଖୁଡ ଭଳି ଏକ ଯୁବ ପ୍ରତିଭାଙ୍କୁ ଆଜି ଏହି ଜାତୀୟ ପ୍ରେସ ଦିବସ ଅବସରରେ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛି କଳାହାଣ୍ଡି ସାମ୍ବାଦିକ ୟୁନିୟନ। ଏହାକୁ ନେଇ ଜିଲ୍ଲା ତଥା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ପ୍ରଶଂସା ର ସୁଅ ଚୁଟିଛି। ଏହି ଅବସରରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ସାଧାରଣ ସମ୍ପାଦକ ଏମ. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ଉପଦେଷ୍ଟା କୈଳାସ ସାହୁ, ସଦସ୍ୟ ରମେଶ ନାୟକ, ହିମାଦ୍ରୀ ପେସନିଆ, ଧର୍ମେନ୍ଦ୍ର ପଣ୍ଡା, ପ୍ରଭୁ ରଞ୍ଜନ ସାମଲ, ଦିଲୀପ ନାଏକ, ଦେବାଶିଷ ରଞ୍ଜନ ବିଶି, ଆଶୁତୋଷ ପୁରୋହିତ ତଥା ପିଇଡବ୍ଲୁ ମିଡ଼ିଆ ଆସୋସିଏସନ୍ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, କୋଷାଧ୍ୟକ୍ଷ ତୁଳସୀରାମ ପ୍ରଧାନୀ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ବି ତିରୁପତି ପାତ୍ର, ସଦସ୍ୟ ମଳୟ ବେନୁଆ, ମନୋଜ ଦୋରା, ଦେବାନନ୍ଦ ମାଝୀ, ସୁଶାନ୍ତ ମାଝୀ,ସାଗର ବେନାଲ,ଜଗତ ପାତ୍ର, ଦିଲିପ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.