ତୁଷୁରାରେ ଜାତୀୟ ପ୍ରେସ ଦିବସ ପାଳନ

ନିରପେକ୍ଷ ଭାବେ ସତ୍ୟ ଖବର ପରିବେଷଣ ହେଉ – ବିଧାୟକ ନବୀନ ଜୈନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ତୁଷୁରା ସାମ୍ବାଦିକ ସଙ୍ଘ ପକ୍ଷରୁ ତୁଷୁରା ଏନଏସିର ସଭା କକ୍ଷ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ତୁଷୁରା ସାମ୍ବାଦିକ ସଂଘର ସଭାପତି ସୁନୀଲ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବେ ଯୋଗଦେଇ ତଥ୍ୟ ସହ ସତ୍ୟ ଖବରକୁ ପରିବେଷଣ କଲେ ତାହା ସମାଜ ରେ ଆଦୃତ ଲାଭ କରିଥାଏ। ଜଣେ ଉତ୍ତମ ସାମ୍ବାଦିକ ତଥ୍ୟକୁ ନେଇ ନିରପେକ୍ଷ ଭାବରେ ଖବର ପରିବେଷଣ କରିବା କଥା ବୋଲି କହିବା ସହ ତୁଷୁରାରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ମୁଁ ଜିଲ୍ଲାପାଳଙ୍କ ଠାରେ ଜାଗା ପାଇଁ ଜଣାଇବି ଓ ଭବନ ନିର୍ମାଣ ଯାହା ଅର୍ଥ ଦରକାର ହେବ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ଗୁଡଭେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା, ଉପାଧ୍ୟକ୍ଷ ଟରାମ ପାଣିଗ୍ରାହୀ, ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି, ଆଇ ଆଇସି ମନୋଜ ପ୍ରଧାନ ଯୋଗଦେଇ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇଥିଲେ। ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତି ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ସାମ୍ୱାଦିକ ମନୀଷ ଅଗ୍ରୱାଲ ସଭାକୁ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୋ ସେଵା ନେଇ ତୁଷୁରା ବଜରଙ୍ଗ ଦଳ, ପ୍ରାଣୀ ସୁରକ୍ଷା ନେଇ ଅଭିଳାଷ ବାଗଙ୍କୁ ସମ୍ମାନିତ କରାଯାଇଥିଲା। ତୁଷୁରାରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ମନୋଜ ଜୈନ, ଶମ୍ଭୁ ପ୍ରସାଦ ସାହୁ, ଅବିନାଶ ନନ୍ଦ, ବିନୋଦ ସୁନା, ସରୋଜ ଥନାପତି, ଓକିଲ ଦୈତାରୀ ଆଚାର୍ଯ୍ୟ, ଶେଷଦେବ ମେର୍ଲି, ରଞ୍ଜନ ବାଗ, ଶମ୍ଭୁପ୍ରସାଦ ସାହୁ, ହରିଶଙ୍କର ବାଗ, ରିଙ୍କୁ ବିଶ୍ୱାଳ, ଚୈତନ କାଳସାଏ, ପଞ୍ଚାନନ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାମ୍ବାଦିକ ପ୍ରକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.