ନର୍ଲାରୋଡ ରେଳ ଷ୍ଟେସନରେ କେବେ ଲାଗିବ କୋଚ ଡିସପ୍ଲେ ବୋର୍ଡ ??

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ରେଳ ଷ୍ଟେସନରେ ଆଜି ପର୍ଯ୍ୟନ୍ତ ମଧ୍ୟ ଲାଗି ପାରିଲା ନାହିଁ କୋଚ ଡିସପ୍ଲେ ବୋର୍ଡ। ନର୍ଲାରୋଡର ସମସାମୟୀକ ରେଳ ଷ୍ଟେସନ ରୁପ୍ରାରୋଡରେ ଲାଗିଲାଣି କୋଚ ଡିସପ୍ଲେ ବୋର୍ଡ ସବୁ। ନର୍ଲାରୋଡ ରେଳ ଷ୍ଟେସନ ଓ ରୁପ୍ରାରୋଡ ରେଳ ଷ୍ଟେସନ ସମସାମୟୀକ ଅଟେ। ଗତ ୫ ବର୍ଷ ତଳେ ବିଶାଖାପାଟନମ ରୁ ରାୟପୁର ଯାଏଁ ତୃତୀୟ ରେଳ ଲାଇନ ନିର୍ମାଣ କାମ ଅନୁଷ୍ଠିତ ହୋଇଥିଲା। ଓ ଏହା ପରେ ପରେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ରେ ଚତୁର୍ଥ ପ୍ଲାଟଫର୍ମ ମଧ୍ୟ କାର୍ଯ୍ୟକ୍ଷମ ହେଲା। ଷ୍ଟେସନ ଗୁଡିକର ନବୀକରଣ କରାଗଲା। ନର୍ଲାରୋଡ ରେଳ ଷ୍ଟେସନ ଓ ରୁପ୍ରାରୋଡ ଷ୍ଟେସନରେ କରୋନା ପୂର୍ବରୁ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଆଲେପି- ଧାନବାଦ ଏକ୍ସପ୍ରେସ, ସମଲେଶ୍ୱରୀ ଏକ୍ସପ୍ରେସ, ପୁରୀ- ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ, ବିଲାସପୁର- ତିରୁପତି ଏକ୍ସପ୍ରେସ, କୋରବା- ବିଶାଖାପାଟନମ ଏକ୍ସପ୍ରେସ ସବୁର ରହଣୀ ରହିଥିଲା। ହେଲେ କରୋନା କାଳ ଲକଡାଉନ ସମୟରୁ ୨୦୨୦ ଅପ୍ରେଲ ୨୫ ରୁ ଉପରୋକ୍ତ ଏକ୍ସପ୍ରେସ ଟ୍ରେନ ସବୁ ଚାଲିବା ବନ୍ଦ ହୋଇଗଲା। ଲକଡାଉନ ଖୋଲିବା ପରେ ଉପରୋକ୍ତ ଟ୍ରେନ ଗୁଡିକ ସ୍ପେସାଲ ଟ୍ରେନ ଭାବରେ ଚାଲିଲା ହେଲେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ ଆଉ ରହଣୀ ରହିଲା ନାହିଁ। ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ ଏହି ଦୁଇ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ରହିଲା ନାହିଁ। ଫଳରେ ରୁପ୍ରାରୋଡ ରେଳ ଷ୍ଟସନରେ ଅପ୍ରେଲ ୧୧ ରେ ସ୍ଥାନୀୟ ଲୋକେ ଯୋରଦାର ଭାବରେ ରେଳରୋକ ଆନ୍ଦୋଳନ କରିଥିଲେ। ଏହାର ୧୫ ଦିନ ପରେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ ସମଲେଶ୍ୱରୀ, କୋରବା ଏକ୍ସପ୍ରେସ ପଭୃତି ଟ୍ରେନ ଗୁଡିକର ଷ୍ଟପେଜ ଦେଲା ରେଳ ବିଭାଗ। ହେଲେ ବର୍ତ୍ତମାନ ଏହି ରାସ୍ତାରେ ଚାଲୁଥିବା ଓ କରୋନା ପୂର୍ବରୁ ରହଣୀ ରହିଥିବା ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଓ ଆଲେପି- ଧାନବାଦ ଏକ୍ସପ୍ରେସ, ବିଲାସପୁର- ତିରୁପତି ପ୍ରଭୃତି ଏକ୍ସପ୍ରେସ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନ ପାଇଁ ଜରୁରୀ ରହିଥିବା ଏକ୍ସପ୍ରେସ ଗୁଡିକର ରହଣୀ ନାହିଁ। ଫଳରେ ଲୋକେ ଦିଲ୍ଲୀ, ତିରୁପତି, ବିଶାଖାପାଟନମ ଡାକ୍ତରଖାନା ସିଧାସଳଖ ଯିବାପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଏହାବାଦ ନର୍ଲାରୋଡ ରେଳ ଷ୍ଟେସନରେ ବର୍ତ୍ତମାନ ରହଣୀ ରହିଥିବା ପ୍ରମୁଖ ଏକ୍ସପ୍ରେସ ସମଲେଶ୍ୱରୀ ଏକ୍ସପ୍ରେସ, ପୁରୀ- ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଓ କୋରବା ଏକ୍ସପ୍ରେସ ଟ୍ରେନ ଗୁଡିକ ରହୁଥିବା ବେଳେ ନର୍ଲାରୋଡର ଚାରିଗୋଟି ପ୍ଲାଟଫର୍ମରେ କୋଉଠି ମଧ୍ୟ କୋଚ ଡିସପ୍ଲେ ବୋର୍ଡ ନଥିବାରୁ ବିଭିନ୍ନ କୋଚ ରେ ରିଜର୍ଭସେନ କରି ଅପେକ୍ଷାରେ ରହିଥିବା ଯାତ୍ରୀମାନେ ନିଜ ନିଜ କୋଚ ଖୋଜିବା ବେଳେ ପ୍ଲାଟଫର୍ମରେ ଧାଁ ଧୌଡ କରି ନୟାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ନର୍ଲାରୋଡ ରେଳ ଷ୍ଟେସନ ସମସ୍ତ ଚାରିଗୋଟି ପ୍ଲାଟଫର୍ମରେ ଅତିଶୀଘ୍ର କୋଚ ଡିସପ୍ଲେ ବୋର୍ଡ ଲଗାଯାଉ ବୋଲି ଜନସାଧାରଣ ଓ ଯାତ୍ରୀ ମାନଙ୍କ ତରଫରୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.