ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜାତୀୟ ପ୍ରେସ ଦିବସ ଅବସରରେ ଜୁନାଗଡ଼ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଖଗେଶ୍ୱର ଧଙ୍ଗଡା ମାଝୀ ସଭାପତିତ୍ୱରେ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ଦିଗ ବିଷୟରେ ଆଲୋଚନା ହୋଇଥିଲା। ନିରପେକ୍ଷତା ବଜାୟ ରଖି ସାମ୍ବାଦିକ ବୃତ୍ତି ଜାରି ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇଥିଲା। ଏହାପରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ଗୋଷ୍ଠୀ କେନ୍ଦ୍ରର ମେଡିକାଲ ଇନଚାର୍ଜ ଡ଼ଃ ଭଗବାନ ପଣ୍ଡା, ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ, ସମାଜସେବୀ ରାଜୁ ଅଗ୍ରୱାଲ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଜୁନାଗଡ଼ ସମ୍ବାଦିକ ସଂଘ ସଭାପତି ଖଗେଶ୍ୱର ଧଙ୍ଗଡ଼ାମାଝୀ, ସମ୍ପାଦକ ରବି ଶଙ୍କର ସୁନାନୀ, ଉପସଭାପତି ସୁଂଦର ମୋହନ ଛାତ୍ରୀଆ, ଆଦିତ୍ୟ ମହାନ୍ତି, କୋଷାଧ୍ୟକ୍ଷ ରଜନୀ କାନ୍ତ ମିଶ୍ର, ଉପଦେଷ୍ଟା ନରେନ୍ଦ୍ର ଖିତି, ହିମାଂଶୁ ବରାଡ଼, ସନ୍ତୋଷ ସିଂଦେଓ, ପ୍ରଭାକର ସେଠି, ଚମ୍ପକ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ସୁନୀଲ କୁମାର ସିଂ, ବରିଷ୍ଠ ସାମ୍ବାଦିକ ପ୍ରବୀଣ ପଟ୍ଟନାୟକ, ରାକେଶ ବେମାଲ, କୁମରମଣି ଦୁର୍ଗା, ବ୍ୟୋମକେଶ ପୁରୋହିତ, ଭୋକର୍ଦ୍ଧନ ଧଙ୍ଗଡ଼ା ମାଝୀ, ରୋହିତ ବାଗଙ୍କ ସମେତ ଜୁନାଗଡ଼ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.