ପିଲାମାନଙ୍କର ପ୍ରତିଭା ଅନ୍ୱେଷଣ ପାଇଁ ‘ଧୁଲ୍ କେ ଫୁଲ୍’  କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରେମୁଣାସ୍ଥିତ ନୋସି ପାର୍କରେ ଗତକାଲି ‘ଧୁଲ୍ କେ ଫୁଲ୍-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା କୁନିକୁନି ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ସାଉଁଟି, ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ ‘ଧୂଲ୍ କେ ଫୁଲ୍’ର ଜନ୍ମ। ଆମ ସମାଜରେ ସାଧାରଣତଃ ଆର୍ଥିକ ଓ ସାମଜିକ ଅନଗ୍ରସର ଶ୍ରେଣୀର ପରିବାରର ପିଲାମାନେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ସାଧନ ଓ ସୁଯୋଗ ପାଆନ୍ତି ନାହିଁ। କିନ୍ତୁ ଯେହେତୁ ବସ୍ତି ସହରର ଅବିଛେଦ୍ୟ ଅଙ୍ଗ, ସେମାନେ ସମ୍ମାନର ସହ ବଞ୍ଚିବା ଓ ଆଗକୁ ବଢିବା ନିତ୍ୟାନ୍ତ ଜରୁରୀ। କୋଠାବାଡି ନିର୍ମାଣଠୁ ଆରମ୍ଭ କରି ଆମ ଘରର କାମ କାର୍ଯ୍ୟରେ ସହଯୋଗ, ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଠାରୁ ଆରମ୍ଭ କରି ରିକ୍ସା ଚାଳକ ପର୍ଯ୍ୟନ୍ତ ସମସ୍ତେ ଆମ ଦୈନନ୍ଦିନ ଜୀବନରେ ସ‌ହଯୋଗ କରନ୍ତି। ସେମାନଙ୍କ ପିଲାମାନଙ୍କର ପିଲାଦିନ ଯେମିତି ସରସ ସୁନ୍ଦର ଓ ମଧୁମୟ କରା ଯାଇପାରିବ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ ଏବଂ ଚିତ୍ରାଙ୍କନ କ୍ଷେତ୍ରରେ ରୁଚି ରଖୁଥିବା ୫ରୁ ୧୬ ବର୍ଷ ବୟସର ଶିଶୁ ପ୍ରତିଭାମାନଙ୍କର ପ୍ରତିଯୋଗିତା କରା ଯାଇଥିଲା। ଏଥିରେ ସହରର ବସ୍ତି ଅଞ୍ଚଳର କିଛି ଶିଶୁ ପ୍ରତିଭା ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ମାଧ୍ୟମରେ ଅନେକ ଶିଶୁ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରିଛନ୍ତି। ସେମାନଙ୍କୁ ପ୍ରଶଂସା କରିବା ସହିତ ପୁରସ୍କାର ବଣ୍ଟନ କରାଯାଇଥିଲା। ଏଥିରେ ନୀଳଗିରିର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

‘ଧୂଲ୍ କେ ଫୁଲ୍’ ଏବଂ ‘ଯୁବ ବିକାଶ’ର ମୁଖ୍ୟ ଶ୍ରୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ଆବାହକତ୍ୱରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବି ଅଭୟ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଅବସର ପ୍ରାପ୍ତ ଜୀବନବୀମା ଅଫିସର୍ ଦିବାକର ମହାପାତ୍ର, ଚିତ୍ରଶିଳ୍ପୀ କେଶୁ ଦାସ, ସମାଜସେବୀ ବିଜୟ ଦାସ ଅଧିକାରୀ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ ପଟେଲ, ଅଶୋକ ଦାସ, ଅସିତ ଦଳାଇ, ସୁବାସ ଖୁଣ୍ଟିଆ, ସତ୍ୟଜିତ୍ ବ୍ରହ୍ମା, ଦେବେନ୍ଦ୍ର କୁମାର ରାଉଳ, ଜଗତ ଜ୍ୟୋତି ମହାନ୍ତି, ସମ୍ବିତ ଖୁଣ୍ଟିଆ, ଧରଣୀଧର ମଦୁଲି ପ୍ରଭୃତି ଅନେକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଆଖପାଖରେ ଥିବା ଏହି ପ୍ରତିଭାମାନଙ୍କୁ ସାମ୍ନାକୁ ଆଣି ଏହି ଅଭିନବ ଅଭିଯାନରେ ସହଯୋଗ କରିବା ପାଇଁ ଅତିଥି ମାନେ ଆହ୍ଵାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.