ବାଲେଶ୍ଵର ମାଟିର ଓଡ଼ିଆ ପୁଅ ଡ଼କ୍ଟର ପଙ୍କଜ କୁମାର ଜେନା ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ

ସମ୍ମାନିତ ହେଲେ ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଏକ ନୂତନ ନୈତିକତାର ଶିକ୍ଷା ପଦ୍ଧତି ତିଆରି କରି ଓ୍ଵାର୍ଲଡ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱର ମାଟିର ପୁଅ ଡ଼କ୍ଟର ପଙ୍କଜ କୁମାର ଜେନା। ସେ ସଂପ୍ରତି ଶ୍ରୀନିବାସ କଲେଜ, ମଙ୍ଗଳପୁରରେ ରସାୟନ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଆଗାମୀ ପିଢ଼ି କେମିତି ନଷ୍ଟ ନହୋଇ ଜଣେ ଜଣେ ଭଲ ମଣିଷ ହେବେ, ଆତ୍ମହତ୍ୟା କେମିତି ନକରିବେ, ବାପାମାଆଙ୍କୁ ଆଉ କେମିତି ଵୃଦ୍ଧାଶ୍ରମ ଯିବାକୁ ନପଡିବ, ଆତ୍ମହତ୍ୟା କରିବାକୁ ନପଡିବ, ବାପା ଓ ମାଆଙ୍କର ପିଲାମାନେ କେମିତି ଯତ୍ନ ନେବେ, ପିଲାଟିଏ କେମିତି ତାର ସାତ ପୁରୁଷ କଥା ମନେରଖିବେ, ସେଥିପାଇଁ ଏକ ଛଅ ମାସର ମାସିକିଆ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ଡ଼କ୍ଟର ଜେନା ଚଚ୍ଚାକୁ ଆସିଥିଲେ। ଆଉରି ମଧ୍ୟ ସେ ସଂସ୍କାର, ସଂସ୍କୃତିର ମୁକ୍ତ ବିଦ୍ୟାଳୟ ଖୋଲିଛନ୍ତି ଯାହା ବିନା ମୂଲ୍ୟରେ ମଣିଷ ହେବା ପାଇଁ ଶିକ୍ଷା ଦିଏ। ଡ଼କ୍ଟର ଜେନାଙ୍କ ମତରେ ଯଦି ଆଗାମୀ ପିଢ଼ି ତା ପରିବାରକୁ ଭୁଲିଯିବ, ତେବେ ସେ ଦେଶର କେହି ହୋଇ ପାରିବନି। ଆଜିକାଲି ବାପାମାଆ ମଲେ ବି ପିଲାମାନେ ଶୁଦ୍ଧିକୁ ଆସୁନାହାନ୍ତି। ଡ଼କ୍ଟର ଜେନାଙ୍କ ଦ୍ୱାରା ତିଆରି ହୋଇଥିବା ଛଅ ମାସିଆ ପାଠ୍ୟ ଖସଡ଼ା ଦ୍ୱାରା ଏ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଓ୍ଵାର୍ଲଡ୍ ବୁକ୍ ଅଫ୍ ରେକର୍ଡସ୍ ର ବିଚାରପତିମାନେ ଅନୁଭବ କରି ୱାର୍ଲଡ ବୁକ ଅଫ ରେକଡ଼ ଲଣ୍ଡନ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ତାଙ୍କୁ ଗତ ୧୨ ତାରିଖରେ ସମ୍ମାନିତ କରିଛନ୍ତି।

Omkar Vasthu
Omkar Vasthu

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି ପଟେଲ, ଲଣ୍ଡନର Deputy Leutant & Representive of King Charles Mr Simon Noel Ovens DL , HM of UK , Mr Wilhelm Jezler, Chairman EU, World Book of Record from Zurich, Switzerland. spiritual leader of London, Uninited Kingdom HH Sri Rajrajeswar Guruji, Dr. Viswapati Trivedi, IAS ,Justice V.K.Sukla,Londond ର Mahendra Sinh C.Jadeda, Deepaksing IAS ପ୍ରଭୃତି ଅତିଥିମାନେ ଉପସ୍ଥିତ ରହି ଡ଼କ୍ଟର ଜେନାଙ୍କୁ ସମ୍ମାନିତ କରିଥିଲେ। ସମାଜ ରକ୍ଷା ପାଇଁ ଏହା ଏକ ମୁଖ୍ୟ କାମ ବୋଲି ଅତିଥି ମାନେ କହିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.