ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଗାଇନିକ୍ ସ୍ପେଶାଳିଷ୍ଟ ଡାକ୍ତର ଅଶୋକ ଦାସ ଗର୍ଭବତୀ ମହିଳାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହୋଇ ପଡିଛନ୍ତି। ମେଡିକାଲ ସମେତ ସଂପୃକ୍ତ ଡାକ୍ତରଙ୍କ ସରକାରୀ କ୍ୱାଟରରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍। ପ୍ରାପ୍ତ ସୂଚନା ଅନୁସାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଡିଙ୍ଗ ପଦର ଗାଁର ପ୍ରସୂତି ମହିଳା ଲକ୍ଷ୍ମୀପ୍ରିୟା ମାଝୀଙ୍କ ଅସ୍ତ୍ରୋପଚାର କରିବା ନାଁରେ ତାଙ୍କ ସ୍ବାମୀ ଲୋକେଶ ମାଝୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ ଡାକ୍ତର ଅଶୋକ ଦାସ। ଏନେଇ ଲୋକଶ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଆଜି ଡାକ୍ତର ଅଶୋକ ଦାସ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଡାକ୍ତରଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଗିରଫ କରିଥିଲେ। ଡାକ୍ତରଙ୍କ ସରକାରୀ କ୍ଵାଟରରେ ଭିଜିଲାନ୍ସ ବିଭାଗ ଚଢାଉ କରି ବର୍ତ୍ତମାନ ସୁଦ୍ଧା ଆହୁରି ୯୬ ହଜାର ୯ ସହ ୫୦ ଟଙ୍କା ଜବତ ହୋଇଛି। ଏହାସହ ଡ଼ାକ୍ତରଙ୍କ ନୟାଗଡ଼ ଠାରେ ଥିବା ପୈତୃକ ବାସଭବନରେ ମଧ୍ଯ ପକ୍ଷରୁ ଚଢାଉ ଚାଳିଥିବା ନେଇ ଭିଜଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।